23.1 C
Bhubaneswar
Wednesday, January 29, 2025
Homeଓଡିଶାଭାରତ ଓ ଓଡ଼ିଶା ସରକାର ସାଧାରଣ ଲୋକଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନେଉଛନ୍ତି-ବରୁଣ ଚୌଧୁରୀ

ଭାରତ ଓ ଓଡ଼ିଶା ସରକାର ସାଧାରଣ ଲୋକଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନେଉଛନ୍ତି-ବରୁଣ ଚୌଧୁରୀ

ଭୁବନେଶ୍ଵର,  : ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଛାତ୍ର କଂଗ୍ରେସ ପକ୍ଷରୁ ଗୁରୁବାର ମାଷ୍ଟର କ୍ୟାଣ୍ଟିନଛକଠାରେ ଆୟୋଜିତ ‘ଜୟବାପୁ, ଜୟଭୀମ ଓ ଜୟ ସମ୍ବିଧାନ ସମାବେଶରେ ଅଭିଭାଷଣ ଦେଇ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ବରୁଣ ଚୌଧୁରୀ କହିଲେ ଯେ, ଭାରତ ଓ ଓଡ଼ିଶାର ବିଜେପି ସରକାରରେ ସାଧାରଣ ଲୋକଙ୍କର ସାମ୍ବିଧାନିକ ଅଧୁକାର ଛଡ଼ାଇ ନିଆଯାଇଛି । ଆଜିର ସଙ୍କଟମୟ ପରିସ୍ଥିତିକୁ ଗାନ୍ଧିଜୀ, ଆମ୍ବେଦକରଙ୍କ ବିଗରଧାରା ଓ ଦର୍ଶନ ହିଁ ସୁଧାରି ପାରିବ । ଡବଲ ଇଞ୍ଜିନ ସରକାର ଗାନ୍ଧିବାଦକୁ ବିଲୋପ କରି ନାଥୁରାମବାଦର ପ୍ରଚଳନ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ସଂସଦରେ ୪୦୦ ସଂଖ୍ୟା ପାର୍‌ ହେଲେ ଆମ୍ବେଦକରକୃତ ସମ୍ବିଧାନକୁ ଅକାମୀ କରିଦେବା ପାଇଁ ସେମାନଙ୍କର ନିଷ୍ପରି ଥିଲା । ଏବେ ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥାକୁ ସଙ୍କୁଚିତ କରିଦିଆଯାଉଛି । ସମ୍ବିଧାନ ବଲେ, ଭାରତ ବଞ୍ଚୁବ ଓ ଭାରତୀୟ ତାଙ୍କର ଅଧୁକାର ସାବ୍ୟସ୍ତ କରିପାରିବେ । ମାତ୍ର ବିଜେପି ସରକାରରେ ଦିନକୁ ଦିନ ସମ୍ବିଧାନ ଉପରେ ନିର୍ଘାତ ଆକ୍ରମଣ ହେଉଛି । ସେହିପରି ଅମିତ ଶାହା ସଂସଦରେ ସମ୍ବିଧାନ ରଚୟତା ଆମ୍ବେଦକରଙ୍କୁ ଯେଉଁଭଳି ଭାବରେ ଅପମାନିତ କଲେ ତାହା ଦେଶବାସୀଙ୍କୁ ଦୁଃଖୁତ କରିଛି । ବିଜେପି, ଆରଏସ୍ଏସ୍ ଏବଂ ମୋଦି ସରକାର ଆମ୍ବେଦକରଙ୍କ ବିସ୍ତରଧାରାର ସମ୍ପୂର୍ଣ ବିରୋଧୀ । ସଂସଦରେ ଆମ୍ବେଦନରଙ୍କ ନାମ ଉଚ୍ଚାରଣକୁ ମଧ୍ୟ ବିଜେପି ବିରୋଧ କରୁଛି । ସଲାଗୁଳରେ ନେତାଜୀ ସୁଭାଷ ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିବସରେ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶ୍ରୀ ଚୌଧୁରୀ କହିଥିଲେ ଯେ, ଛାତ୍ର କଂଗ୍ରେସ ଆଜାଦ ହିନ୍ଦ୍ ଫୌଳ ଭଳି ଏକ ବଳିଷ୍ଠ ରାଷ୍ଟ୍ରପ୍ରେମୀ ଏବଂ କ୍ରାନ୍ତିକାରୀ ସଂଗଠନ ହେବ । ସରକାର ଓ ଶିକ୍ଷାମାଫିଆଙ୍କ ମେରା ପୀରତିକୁ ଛାତ୍ର କଂଗ୍ରେସ ଲୋକ ଲୋଚନକୁ ଆଣିବ । ନିଟ୍ ପରୀକ୍ଷା ଦୂର୍ନୀତି ଓଡ଼ିଶାରେ ସରକାରୀ ଗାକିରି ନିଯୁକ୍ତି, ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ, ଉତ୍କଟ ଗ୍ୟାଗି, ଶିକ୍ଷାନୁଷ୍ଠାନ ଲିରିଭୂମି, ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ନାମଲେଖା ଜାଲିଆତି ପ୍ରଭୃତି ପ୍ରସଙ୍ଗରେ ଛାତ୍ର କଂଗ୍ରେସ କ୍ୟାମ୍ପସରେ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବ ।

ଆମ୍ବେଦକର ହେଉଛନ୍ତି ଉପେକ୍ଷିତ ଜନତାର ତ୍ରାଣକର୍ଭା । ତେଣୁ ଛାତ୍ରକଂଗ୍ରେସ ସାରା ଦେଶରେ ଆମ୍ବେ ବଜରଙ୍କ ବିଗରଧାରା ଜୟଜୟକାର କରିବ । ସେହିପରି ଗାନ୍ଧିଜୀଙ୍କ ଅହିଂସା, ଶାଢି, ସଂଯମତା, ସହନଶୀଳତା, ସାଧୁତାର ବାର୍ତ୍ତାକୁ ଛାତ୍ରକଂଗ୍ରେସ ତୃଣମୂଳସ୍ତରରେ ପ୍ରୟର କରିବ । କାରଣ ବିଜେପି ଗାନ୍ଧିବାଦକୁ ଧ୍ବଂସ କରିବା ପାଇଁ ଚକ୍ରାନ୍ତ କରୁଛି । ବିଜେପି ଭାରତର ଇତିହାସକୁ ମଧ୍ୟ ବିକୃତ କରିବା ପାଇଁ ଷଡ଼ଯନ୍ତ୍ର କରୁଛି । ଆଉ ଏସ୍ଏସ ମୁଖ୍ୟ ମୋହନ ଭଗବ କହିଲେ ୨୦୧୪ ମସିହାରେ ଭାରତ ସ୍ୱାଧୀନ ହୋଇଛି । ତେଣୁ ଗାନ୍ଧି, ନେହେରୁ, ସୁଭାଷ, ମୌଲାନା ଆଜାଦ ଆଦି ସ୍ୱାଧୀନତା ସଂଗ୍ରାମର ନାୟଳ ଏବଂ ଏ ଦେଶର ଅଗଣିତ ସ୍ବାଧୀନତା ସଂଗ୍ରାମୀ ସ୍ବାଧୀନତାପ୍ରାପ୍ତି ପାଇଁ ଯେଉଁ ସଂଗ୍ରାମ ଓ ତ୍ୟାଗ ସ୍ଵୀକାର କରିଥିଲେ, ଆମକୁ ଯେଉଁ ସ୍ୱାଧୀନତା ମିଳିଛି, ତାହା ଆରଏସ୍ଏସ୍ ଦୃଷ୍ଟିରେ ସ୍ଵାଧୀନତା ନୁହେଁ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ଏହା ସତ୍ୟ ଯେ, ଭାରତର ସ୍ଵାଧୀନତା ସଂଗ୍ରାମକୁ ଆରଏସ୍ଏସ୍ ବିରୋଧ କରୁଥିଲା ଏବଂ ବ୍ରିଟିଶର ପକ୍ଷ ନେଇଥିଲା । ଛାତ୍ର କଂଗ୍ରେସ ଓଡ଼ିଶାରେ ଛାତ୍ର ଅଧୁକାର ଓ ଗାନ୍ଧି ଏବଂ ଆମ୍ବେଦକରଙ୍କ ଦର୍ଶନକୁ ପୁରପଲ୍ଲୀରେ ପ୍ରଗର କରିବା ସହିତ ସମ୍ବିଧାନର ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଆନ୍ଦୋଳନ ଜାରି ରଖୁବ ।

ପ୍ରବେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଥିଲେ ଯେ, ଛାତ୍ର କଂଗ୍ରେସ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ଏକ ପ୍ରଭାବୀ ସଂଗଠନ ପ୍ରସ୍ତୁତ କରିବ । ଛାତ୍ରମାନଙ୍କ ସ୍ୱାର୍ଥ ପ୍ରତି ମୋହନ ସରକାର ଯେଉଁ ଉଦାସୀନ ରହୁଛନ୍ତି, ତା ବିରୁଦ୍ଧରେ ଦୁର୍ବାର ଛାତ୍ର ଆନ୍ଦୋଳନ ହେବ । ବିଶେଷକରି ସରକାରୀ ଶିକ୍ଷାନୁଷ୍ଠାନକୁ ଦୁର୍ବଳ କରିବା ପାଇଁ ଯେଉଁ ଚକ୍ରାନ୍ତ ଗାଳିଛି ଏବଂ ବିନା ଶିକ୍ଷକରେ ଯେଉଚି ଶିକ୍ଷାନୁଷ୍ଠାନ ଗାଳିଛି, ତା ବିରୁଦ୍ଧରେ ମଧ୍ୟ ଛାତ୍ର କଂଗ୍ରେସର ସ୍ଵର ଶାଣିତ ହେବ । ସଭାପରେ ଶ୍ରୀ ଚୌଧୁରୀ ଏବଂ ଶ୍ରୀ ପ୍ରଧାନଙ୍କ ନେତୃତ୍ବରେ ଛାତ୍ରକଂଗ୍ରେସ କର୍ମକର୍ତ୍ତାମାନେ ମାଷ୍ଟର କ୍ୟାଣ୍ଟିନଠାରୁ ଏଜି ଛଳସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତି ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲେ | ସେଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ସହ ଜୟ ଭୀମ୍, ଜ‌ୟ ସମ୍ବିଧାନ ସ୍ଲୋଗାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଖୁଳ ଭାରତ ଛାତ୍ର କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ପ୍ରଜାରୀ ଶ୍ରୀ ଚୁନୁ ସିଂ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇସ୍ତଚରଣ ଦାସ, ନବଜ୍ୟୋତି ପଟ୍ଟନାୟକ, ୟାସିର ନଓ୍ୱାଜ, ବିଶ୍ଵଳିତ ଦାସ, ଅଖିଳେଶ ଯାଦବ, ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଜାନକୀ ବଲ୍ଲଭପଟ୍ଟନାୟକ, ରଣଜିତ ପାତ୍ର, ମିଲନ ପଟ୍ଟନାୟକ, ନିହାର ବେହେରା, ନିରଣ ସାହୁ, ବିଶ୍ଵଭୂଷଣ ମହାପାତ୍ର, ସୁବ୍ରତ ମହାପାତ୍ର, ମନୀଷା ତ୍ରିପାଠୀ, ଅଜୟ ସାହୁ, ଶାହାରୁଖ ଖାନ, ଗୋପନ ମାର୍ଥା, ଶଙ୍କୁନା କଅଁର, ସ୍ଵାଗତ କର, ଆଲୋକ ଦାସ, ଶୁଭମ ଦାସ, ବଟକୃଷ୍ଣ ଭାରତରାୟ, ଆଜାଦ ପତି, ମହମ୍ମଦ ପରଭେଜ, ମହମ୍ମଦ ସ୍କୁଲପାମ, ଶୁଭମ ରାଳ, ସୁନିର ସାହୁ ଗାନ୍ଧୀ, କାରିକ କାଣ୍ଡି, ସାଗର ପଟ୍ଟନାୟକ, ନିୟାଜୁଲ ଇସଲାମ, ରଶ୍ମୀ ବାରିକ, ସୌମ୍ୟରଞ୍ଜନ ବରାଳ, ପ୍ରୀତିମାନ ନାୟଳ, ବାବୁ ଜେନା, ରାଳେଶ ଦାସ, ବିଜୟ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆଜିର ସଭାକାର୍ଯ୍ୟକୁ ଛାତ୍ରକଂଗ୍ରେସର ପୂର୍ବତନ ଉପସଭାପତି ଶ୍ରୀ ଆଶିଷ ମାହୁନ୍ତ ପରିଚଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking