ଭୁବନେଶ୍ୱର: ନ୍ୟାସନାଲ ହେରାଲ୍ଡ ପ୍ରସଙ୍ଗରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡିର ସମାନ ପ୍ରସଙ୍ଗରେ ଆଜି ଦେଶବ୍ୟାପି ପ୍ରତିବାଦକୁ ଓହ୍ଲାଇଛି କଂଗ୍ରେସ । ରାଜଧାନୀ ଭୁବନେଶ୍ୱରରେ ବି ରାଜ୍ୟ କଂଗ୍ରେସ ପ୍ରତିବାଦକୁ ଓହ୍ଲାଇଛି । ଇଡି ଅଫିସ ଆଗରେ କଂଗ୍ରେସର ନେତା ଏବଂ କର୍ମୀ ଏକଜୁଟ ହୋଇ ପ୍ରତିବାଦ କରୁଛନ୍ତି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । କେବଳ ସେତିକି ନୁହେଁ, ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ବିଭିନ୍ନ କାଯ୍ୟାଳୟ ସମ୍ମୁଖରେ ମଧ୍ୟ ପ୍ରଦେଶ କଂଗ୍ରେସ ଧାରଣା ଦେଇଛି । ବର୍ତ୍ତମାନ ଦେଶରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୋଧରେ କଂଗ୍ରେସ ପକ୍ଷରେ ଆନ୍ଦୋଳନକୁ ତୀବ୍ର କରାଯାଉଛି । କିନ୍ତୁ ଏହି ସ୍ୱରକୁ ଚାପିବାକୁ କେନ୍ଦ୍ର ମୋଦି ସରକାର ଓ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ରୋଶ ମୂଳକ ଭାବରେ ନାସନାଲ ହେରାଲ୍ଡ ମାମଲାକୁ ଅସ୍ତ୍ର କରିଥିବା କଂଗ୍ରେସ ଅଭିଯୋଗ କରିଛି ।