15.1 C
Bhubaneswar
Saturday, December 6, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା କଂଗ୍ରେସ

ଭୁବନେଶ୍କବର : ଓଡ଼ିଶାରେ ମହିଳାମାନଙ୍କୁ ହେଉଥିବା ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଓ ହତ୍ୟା ଆଜି ଅଣାୟତ ସ୍ଥିତିରେ ପହଞ୍ଚିଲାଣି । ଓଡ଼ିଶା ଆଜି ମହିଳାମାନଙ୍କ ପାଇଁ ସଂପୂର୍ଣ୍ଣ ଅସୁରକ୍ଷିତ । ରାଜ୍ୟରେ ପ୍ରତିଦିନ ୧୫ରୁ ଅଧିକ ମହିଳା ଓ ନାବାଳିକା ଗଣଧର୍ଷଣ ଓ ପାଶବିକ ଅତ୍ୟାଚାରର ଶିକାର ହେଉଥିବା ବେଳେ ଡବଲ ଇଞ୍ଜିନ ବିଜେପି ସରକାର ନିଜର ଏକବର୍ଷ ପୂର୍ତ୍ତିକୁ ଉତ୍ସବ ରୂପେ ପାଳନ କରୁଛନ୍ତି । ଯେଉଁ ରାଜ୍ୟରେ ୬୪ ହଜାରରୁ ଅଧିକ ମହିଳା ଓ ଶିଶୁ ନିଖୋଜ, ତାହା କି ପ୍ରକାର ଉପଲବଧି ଯେ, ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ପାଳନ ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି? ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରର ହରିଚନ୍ଦନପୁରରେ ଏକ ମହିଳାଙ୍କୁ ଗଣଧର୍ଷଣ କରି ଗଛରେ ଦୁବୃର୍ତ୍ତମାନେ ଟାଙ୍ଗିଦେଲେ । ନାବାଳିକା ଆଦିବାସୀ ସ୍କୁଲ ଯାଉଥିବା ଝିଅମାନେ ଗର୍ଭବତୀ ହେଉଛନ୍ତି । ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ୍‌ରେ ଅନୁସୂଚିତ ଜାତିର ମହିଳା ସୁଭଦ୍ରାଙ୍କୁ ଗଣବଳାତ୍କାର କରି ମାରି ଫିଙ୍ଗିଦେଲେ । ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ବର୍ଗର ମହିଳାମାନଙ୍କ ପ୍ରତି ଅତ୍ୟାଚାର ସବୁ ସୀମା ଟପି ସାରିଲାଣି, କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ଜଣେ ଆଦିବାସୀ ବର୍ଗର ହୋଇ ମଧ୍ୟ ଏସବୁ ସଂଗୀନ ଘଟଣାକୁ ଗମ୍ଭୀରତାର ସହ ନେଉନାହାନ୍ତି କାହିଁକି ବୋଲି ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ପ୍ରଶ୍ନ କରିଛନ୍ତି । ଗଞ୍ଜାମ ଜିଲ୍ଳାର ଗୋପାଳପୁର, କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର. କଟକର ବାରଙ୍ଗ ଓ ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ୍‌ରେ ଯେଉଁ ଲୋମହର୍ଷଣକାରୀ ଗଣଧର୍ଷଣ ହୋଇଛି ତାର ପ୍ରତିବାଦରେ ଆଜି ରାଜ୍ୟ କଂଗ୍ରେସର ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦେଶ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା ।

ଶ୍ରୀ ଲଲ୍ଲୁ କହିଥିଲେ, ସାରା ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ସମସ୍ତ ଜାତୀୟ ରେକର୍ଡକୁ ଭାଙ୍ଗି ସାରିଲାଣି । ଏହା ଡବଲ ଇଞ୍ଜିନ ସରକାରର ସବୁଠାରୁ ବଡ଼ ସଫଳତା କି ବୋଲି ସେ ପ୍ରଶ୍ନ କରିଛନ୍ତି ।ରାଜ୍ୟରେ ମହିଳା ନିର୍ଯାତନା ବଢିଚାଲିଥିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ବଦଳରେ ଉତ୍ସବ ମନାଇବା ପରିତାପର ବିଷୟ ବୋଲି ଶ୍ରୀ ଲଲ୍ଲୁ କହିଥିଲେ। ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ କଂଗ୍ରେସ ଅନବରତ ଲଢ଼େଇ କରିଆସୁଛି । ମନୁବାଦୀ ଚିନ୍ତାଧାରାର ଦଳ ବିଜେପି ମହିଳାମାନଙ୍କୁ ବସ୍ତୁ ଭାବରେ ବିବେଚନା କରେ । କଂଗ୍ରେସ ଦଳ ଏ ଘଟଣାକୁ ନେଇ ବିଧାନସଭା ଭିତରେ ପୁନର୍ବାର ପ୍ରଶ୍ନ ଉତ୍‌ଥାପନ କରିବ । ଗୋପାଳପୁରରେ ଜଣେ ୨୦ ବର୍ଷର +୩ ଛାତ୍ରୀଙ୍କୁ ୧୦ ଜଣ ଗଣଦୁଷ୍କର୍ମ କଲେ । ଘଟଣା ଘଟିବାର ୪ଦିନ ପରେ ଏହା ଲୋକଲୋଚନକୁ ଆସିଲା । କଂଗ୍ରେସ ଭବନରୁ ସହସ୍ରାଧିକ କଂଗ୍ରେସ କର୍ମୀ ଓ ନେତା ବାହାରି ସରକାର ବିରୋଧୀ ସ୍ଳୋଗାନ ଦେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଶୋଭାଯାତ୍ରାରେ ବ୍ୟାରିକେଡ ଭାଙ୍ଗି ଆଗକୁ ବଢୁଥିବା ବେଳେ ପୁଲିସ ଅଟକାଇଥିଲା। ଶ୍ରୀ ଲଲ୍ଲୁ ଓ ଅନ୍ୟ କଂଗ୍ରେସ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଧାରଣାରେ ବସିଥିବା ବେଳେ ପୁଲିସ ଜୋର୍ ଜବରଦସ୍ତ ସେମାନଙ୍କୁ ଉଠାଇ ଗାଡିରେ ନେଇ ଅନ୍ୟତ୍ର ଛାଡିଥିଲା।

ଏହି ଘେରାଉ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ସୁରେଶ ରାଉତରାୟ, ରଞ୍ଜୀବ ବିଶ୍ୱାଳ, ବିଧାୟକ ଅଶୋକ ଦାସ, ସମୀର ରାଉତରାୟ, ସୋଫିଆ ଫିର୍ଦ୍ଦେଶ, ମିନାକ୍ଷୀ ବାହିନୀପତି, ନବଜ୍ୟୋତି ପଟ୍ଟନାୟକ, ରଣଜିତ ପାତ୍ର, ୟାସିର ନୱାଜ, ନଗେନ୍ଦ୍ର ପ୍ରଧାନ, ଲଲାଟେନ୍ଦୁ ମହାପାତ୍ର, ମାନସ ରଞ୍ଜନ ଆଚାର୍ଯ୍ୟ, ଗୀତାଞ୍ଜଳି ମହାନ୍ତି, ଶିଳ୍ପଶ୍ରୀ ହରିଚନ୍ଦନ, ଅନିମା ମିଞ୍ଜ, ପ୍ରଣତି ମିଶ୍ର, କବିତା ଦାସ, ଶ୍ରିୟାସ୍ମିତା ପଣ୍ଡା, ପ୍ରାଚୀ ରାଉତରାୟ, ମାମିନା ବେହେରା, ଅଭୟ ସାହୁ, ମହମ୍ମଦ ଇମଦାଦ, ଉଦିତ ପ୍ରଧାନ, ସୁବ୍ରତ ମହାପାତ୍ର, ପ୍ରକାଶ ମିଶ୍ର, ସୁଦିପ ସାମଲ, କୁସୁମ ପ୍ରଧାନ, ଅରବିନ୍ଦ ଦାସ, ରଜନୀ ମହାନ୍ତି, ଶାନ୍ତନୁ ସାହୁ, ବିଜୟାନନ୍ଦ ଚାଉଳିଆ, ମନୋରଞ୍ଜନ ଦାଶ, ସୁଧାଂଶୁ ଦେଓ, ମାନସ ମଲ୍ଲିକ, ମନୋଜ ବିଶ୍ଵାଳ, ଅଶୋକ ଦାସ, ପ୍ରଦୀପ ମହାପାତ୍ର, ସୁଶାନ୍ତ ତ୍ରିପାଠୀ, ସୁନିଲ ଦାସ, ପ୍ରକାଶ ଜେନା, ବିରଞ୍ଚି ବାରିକ, ସିପ୍ରା ମଲ୍ଲିକ, ପ୍ରସନ୍ନ ନାୟକ, ମିହିର ଆଚାର୍ଯ୍ୟ, ସେମ ହେମ୍ବ୍ରମ, ମୋହନ ଜେନା, ନଳିନୀ ନାୟକ, କୈଳାସ ସାହୁ, ଜ୍ୟୋତିଷ ସାହୁ, ରାଜ କିଶୋର ବାରିକ,ମୋହନ ହେମ୍ବ୍ରମ, ତରୁଣ ମିଶ୍ର, ମନୋରଞ୍ଜନ ରାଉତରାୟ, ତାପସ ସେଠୀ, ଅମ୍ବିକା ଭଟ୍ଟ, ଖଗେଶ୍ୱର ମଲ୍ଲିକ, ପ୍ରଭାତ ପ୍ରତାପ ସିଂ, ପ୍ରଶାନ୍ତ ରାଉତ, ପ୍ରତାପ ପ୍ରଧାନ, ରାଜେଶ ମିଶ୍ର, ପିନାକୀ ନାରାୟଣ ଦାସ, ସଂଳୟ ତ୍ରିପାଠୀ, ଜୟକୃଷ୍ଣ ସୁବୁଦ୍ଧି, ଦେବାଶିଷ ମହାପାତ୍ର, ସ୍ପନ୍ଦନ ସ୍ବାଇଁ ଓ ଅନ୍ୟ ନେତୃବର୍ଗ ଓ କଂଗ୍ରେସ କର୍ମୀମାନେ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking