ଭୁବନେଶ୍ୱର : କଂଗ୍ରେସର ରାଜ୍ୟବ୍ୟାପୀ ପ୍ରତିବାଦ ଜାରି ରହିଛି । ଭୁବନେଶ୍ୱର ଏଡିଏମ ଅଫିସ ସାମ୍ନାରେ କଂଗ୍ରେସ ପ୍ରତିବାଦ କରିଛି । ନାରୀ ନିର୍ଯାତନା ବିରୋଧରେ କଂଗ୍ରେସ ଏହି ପ୍ରତିବାଦ ଜାରି ରଖିଛି । ମହିଳା ନିର୍ଯାତନାକୁ ପ୍ରସଙ୍ଗ କରି ବିଧାନସଭାରେ ଦୁଇ ଦିନ କଂଗ୍ରେସ ହଙ୍ଗାମା କରିବା ପରେ ଶନିବାର ମହିଳା ଦିବସରେ କଳା ପଟି ବାନ୍ଧି ପ୍ରତିବାଦ କରିଥିଲା । ଆଜିଠୁ ଜିଲ୍ଲାସ୍ତରରେ ଆନ୍ଦୋଳନ କରିଛି କଂଗ୍ରେସ । ସମସ୍ତ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିଛି ନେତା ଓ କଂଗ୍ରେସ କର୍ମୀ ।










