ଭୁବନେଶ୍ୱର: ଆଜି ରାଜ୍ୟ ଯୁବକଂଗ୍ରେସସଭାପତିଶ୍ରୀରଣଜିତ ପାତ୍ରଙ୍କନେତୃତ୍ୱରେ ଯୁବକଂଗ୍ରେସକର୍ମୀମାନେ ଏଜିଛକଠାରୁ ଏକ ବିକ୍ଷୋଭଶୋଭାଯାତ୍ରାରେ ଯାଇମୁଖ୍ୟମନ୍ତ୍ରୀଙ୍କବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁରୀ ରଥଯାତ୍ରା ପରିଚାଳନରେମହାବିଫଳତା, ପରବର୍ତ୍ତୀ ପର୍ଯ୍ୟାୟରେ ଦଳାଚକଟାଏବଂମୃତାହତ ପାଇଁ ଦାୟୀମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କଇସ୍ତଫା ଦାବିକରାଯାଇଥିଲା।ସେଠାରେ ଅଧଘଣ୍ଟା ପର୍ଯ୍ୟନ୍ତ ଧସ୍ତାଧସ୍ତିହେବାପରେ ଯୁବକଂଗ୍ରେସରନେତୃବର୍ଗ ଓ କର୍ମୀମାନଙ୍କୁପୋଲିସଭ୍ୟାନ ଯୋଗେଉଠାଇନେଇଥିଲା।
ଏହି ଅବସରରେ ପ୍ରଦେଶ ଯୁବକଂଗ୍ରେସସଭାପତିଶ୍ରୀରଣଜିତ ପାତ୍ରକହିଛନ୍ତି ଯେ ଡବଲ ଇଞ୍ଜିନ ସରକାରମହାପ୍ରଭୁଜଗନ୍ନାଥଙ୍କର ରଥଯାତ୍ରା ପରିଚାଳନାକୁସଂପୂର୍ଣ୍ଣଖାମଖିଆଲିଢ଼ଙ୍ଗରେକରିଛନ୍ତି। ରଥଯାତ୍ରାରସୁପରିଚାଳନା ପାଇଁ ୨୭୫ ଟିଏଆଇକ୍ୟାମେରାଏବଂ ୧୦ ହଜାରପୋଲିସ ଆୟୋଜନ କରାଯାଇଥିଲାମାତ୍ର ଫଳ ଶୂନ। କ’ଣ ପାଇଁ ରଥଯାତ୍ରା ପରିଚାଳନାକମିଟିକରାଗଲା ନାହିଁବୋଲିଶ୍ରୀ ପାତ୍ର ପ୍ରଶ୍ନକରିଛନ୍ତି। ଆଇନ ବିଭାଗତରଫରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ତଦାରଖଏବଂମାର୍ଗଦର୍ଶନ କମିଟି ଗଠନ ହେଲା। ଯାହାଘଟିଛିତାକୁଏବେସମସ୍ତେ ଦେଖୁଛନ୍ତି।କାଲିସେଠାରେଭକ୍ତଙ୍କରବହୁଭିଡ଼ଲାଗିଥିଲେବି ପ୍ରଶାସନ ସଜାଗ ନଥିଲା।ହଠାତମହାପ୍ରଭୁଙ୍କ ପହଡ଼ବିନାସୂଚନାରେଖୋଲିଦେଲା ପରେଗତକାଲିବିଳମ୍ବିତରାତିରେ ଦଳାଚକଟାରେତିନିଜଣଙ୍କରମୃତ୍ୟୁହୋଇଥିଲାବେଳେ ୫୦ ରୁଉର୍ଦ୍ଧ୍ୱଭକ୍ତ ଆହତ ହୋଇଛନ୍ତି। ପ୍ରାୟ ୧୦ ହଜାରରୁଉର୍ଦ୍ଧ୍ୱ ପାସବିଜେପିର ଦଳୀୟକର୍ମୀଙ୍କୁବାଣ୍ଟି ଦିଆଯାଇଛି।ଏହିଘୋଷଯାତ୍ରାସାଧାରଣଭକ୍ତଙ୍କ ପାଇଁଉଦ୍ଦିଷ୍ଟ ନଥିଲାଏହାକେବଳବିଜେପି ଦଳ ଏବଂକର୍ମୀମାନଙ୍କ ପାଇଁଉଦ୍ଦିଷ୍ଟଥିଲାବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ରଥ ସିଂହ ଦ୍ୱାରା ନିକଟରେ ଅଟକାଇ ଦିଆଗଲା।ଗୌତମ ଆଦାନୀ ରଥ ଟଣାରେସାମିଲହେବେବୋଲିଜଗନ୍ନାଥଙ୍କୁବାଟରେ ଅଟକାଇ ଦେବା ଦୁର୍ଭାଗ୍ୟଜନକବୋଲିଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି।
ଋଥଯାତ୍ରାରେମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଡିଜିପୋଲିସ ଓ ସମୁଦାୟ ପ୍ରଶାସନ ଉପସ୍ଥିତ ଥିବାବେଳେଭକ୍ତମାନଙ୍କୁ ଚରମ ଅବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଲା।ଭକ୍ତମାନେ ମୋହନ ସରକାରର ଏ ଅବ୍ୟବସ୍ଥା ପ୍ରତି ଚରମ ଅସନ୍ତୋଷ ପ୍ରକଟକରିଛନ୍ତି। ରଥଯାତ୍ରାର ପରିଚାଳନାକୁସରକାରଗୁରୁତ୍ୱରସହନେଇନାହାନ୍ତି। ଫଳସ୍ୱରୂପ ନିରୀହଭକ୍ତମାନଙ୍କର ଜୀବନ ଗଲାଏବଂବହୁଭକ୍ତମାନେ ଗୁରୁତରଭାବେ ଆହତ ହୋଇଛନ୍ତି। ରଥଯାତ୍ରା ଦିନ ସାମ୍ବାଦିକମାନଙ୍କୁ ମଧ୍ୟ ପୋଲିସମରଣାନ୍ତକ ଆକ୍ରମଣ କରିଛନ୍ତି।ସୁତରାଂଏଭଳି ଅବ୍ୟବସ୍ଥା ସାରାବିଶ୍ୱରଜଗନ୍ନାଥ ପ୍ରେମୀଭକ୍ତମାନଙ୍କ ଆବେଗକୁ ଆଘାତ ଦେଇଛି।ଜଗନ୍ନାଥଙ୍କ ପ୍ରତି ଏ ସରକାରଙ୍କର ଆଚରଣ ଦୁଃଖଦାୟକ।ତେଣୁମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଯୁବକଂଗ୍ରେସ ଦାବିକରିଛି।ଏହିକାର୍ଯ୍ୟକ୍ରମରେ ପୂର୍ବତନ ପିସିସିସାଧାରଣସମ୍ପାଦକ ପ୍ରକାଶମିଶ୍ର, ମହମ୍ମଦ ଇମଦାଦ, ମନୋଜବିଶ୍ୱାଳ, ସୁଦିପ ସାମଲ, ଅଜୟ ସାହୁ, କିରଣସାହୁ, ଗୋପନ ମାର୍ଥା, ଲିପିକା ପାତ୍ର, ଲକ୍ଷ୍ମିପ୍ରିୟା ନାୟକ, ଉଦିତ ପ୍ରଧାନ, ମହମ୍ମଦ ଗୁଲଫାମ, ଆଲୋକ ଦାସ, ବଟକୃଷ୍ଣ ରାଉତରାୟ, ମହମ୍ମଦ ପରଭେଜ, ସୁରଜରାଉତ, ସ୍ପନ୍ଦନ ସ୍ୱାଇଁ, ଜାଭେଦ ଅକତର, ସତ୍ୟଜିତ ପଟ୍ଟନାୟକ, ପ୍ରଶାନ୍ତ ରାଉତ, ପବିତ୍ରସେଠୀ ପ୍ରମୁଖଯୋଗଦେଇଥିଲେ।










