14.1 C
Bhubaneswar
Sunday, December 7, 2025
Homeଓଡିଶାଚାକିରୀ ବିକିରି ରୋକିବା ଦାବିରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

ଚାକିରୀ ବିକିରି ରୋକିବା ଦାବିରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ରାଲି କଂଗ୍ରେସ ଭବନରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯର୍୍ୟନ୍ତ ଯାଇଥିଲା। ସେଠାରେ ଯୁବ କଂଗ୍ରେସ କର୍ମୀମାନେ ସରକାରୀ ଚାକିରି ବିକିରି ଉପରେ ରୋକ୍ ଲଗାଇବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଘେରାଉ କରିଥିଲେ। ଏହି ପରିପ୍ରେକ୍ଷିରେ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ର କହିଛନ୍ତି ଯେ ଆଗାମୀ ମାର୍ଚ୍ଚ ୮ ଓ ୯ ତାରିଖରେ ଓଡ଼ିଶା ପୁଲିସ୍ ଏସ୍‌.ଆଇ. ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ ନିଯୁକ୍ତି ପାଇଁ ଆଇ.ଟି. ଆଇ.ଏ.ଏଲ ମାଧ୍ୟମ ଯେଉଁ ଠକ କମ୍ପାନୀ ରିଚ୍‌ମାଇଣ୍ଡ ଡିଜିଟାଲ ପ୍ରାଇଭେଟ୍ ଲିମିଟେଡ୍‌କୁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ସେଥିରେ ଅଧିକାଂଶ ପଦବୀ ଖୋଲାଖୋଲି ବିକ୍ରି ହୋଇଯିବ। କାରଣ ଏହି କମ୍ପାନୀର କଳାକାରନାମା ସଂପର୍କରେ ଦେଶବାସୀ ଜାଣନ୍ତି। ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ଦାୟିତ୍ୱ ମଧ୍ୟ ସେହିଭଳି ଏକ ଠକ କମ୍ପାନୀ ରଞ୍ଜିତ ବିଲ୍ଡକନ୍‌କୁ ଦିଆଯାଇଛି। ଶ୍ରୀ ପାତ୍ର କହିଛନ୍ତି ଯେ ଯୁବ କଂଗ୍ରେସ ସବୁବେଳେ ସରକାରୀ ନିଯୁକ୍ତିରେ ଦୁର୍ନୀତିରେ ଶିକାର ହୋଇଥିବା ପରୀକ୍ଷାର୍ଥିୀ ମାନଙ୍କ ପାଇଁ ସଂଗ୍ରାମ କରି ଆସୁଛି। ଏହି ପରୀକ୍ଷା ଆୟୋଜନ ପୂର୍ବରୁ ଅଧିକାଂଶ ପଦବୀ ବିକ୍ରୀ ହେବାପାଇଁ ଷଡ଼ଯନ୍ତ୍ର ଆରମ୍ଭ ହୋଇସାରିଛି।

ITI Ltd. ଓଡ଼ିଶା ପୋଲିସର ଏହି ନଯୁକ୍ତି ପାଇଁ ଟେଣ୍ଡର ହାସଲ କରିଥିଲା। ଗତବର୍ଷ କ୍ୟାଣ୍ଡିଡେଟ ପିଛା ୨୬୬ ଟଙ୍କାରେ ଟେଣ୍ଡର ଫାଇନାଲ ହୋଇଥିବା ବେଳେ ଏବର୍ଷ କପରି ୨୪୭ ଟଙ୍କାରେ ଓଞଓ ଖଗ୍ଧୟ. ଓଡ଼ିଶା ସରକାରଙ୍କ ଠାରୁ ଏହି ଟେଣ୍ଡର ପାଇଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଦରଦାମ ୭ ପ୍ରତିଶତ ବଢ଼ିଥିବା ବେଳେ, ପରୀକ୍ଷାର ବିଭିନ୍ନ ଉପକରଣ କ୍ରୟ କ୍ଷେତ୍ରରେ କିପରି ଏହା ଭରଣା ହୋଇପାରିବ। ଗତବର୍ଷ ଅପେକ୍ଷା ଏବର୍ଷ ୬.୪ ପ୍ରତିଶତ କମ ହାରରେ ଟେଣ୍ଡର ଫାଇନାଲ ହୋଇଛି।

ଓଞଓ ଖଗ୍ଧୟ. ଏକ ପିଏସୟୁ, ଯେଉଁ ସଂସ୍ଥା ଏହି ପରୀକ୍ଷା ପରିଚାଳନା କରିବାପାଇଁ ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଭଳି ଏକ କମ୍ପାନୀକୁ ସବ କଂଟ୍ରାକ୍ଟ ଦେଇଛି। ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ୨୦୨୧ ଏବଂ ଫାୟାର ଡିପାର୍ଟମେଂଟ ପରୀକ୍ଷା ୨୦୨୩ ପରିଚାଳନ ଦାୟୀତ୍ୱ ହସ୍ତାନ୍ତର କରିଥିଲା। ଏବେ ମଧ୍ୟ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ପରିଚାଳନ କରିବାକୁ ସେହି ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଦାୟୀତ୍ୱ ଦିଆଯାଇଛି।  ଦୁଇଟି ଟେଣ୍ଡର ହାସଲ କରିଥିଲା କିନ୍ତୁ ବିଭିନ୍ନ ପରୀକ୍ଷା ପରିଚାଳନରେ ତ୍ରୁଟିବିଚ୍ୟୁତି ଏବଂ ଦୁର୍ନୀତି ପାଇଁ ଏହି ଟେଣ୍ଡରକୁ ବାତିଲ କରାଯାଇଥିଲା। ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଏକ ଦୁର୍ନୀତିଖୋର ଏବଂ ଅସାଧୁ ସଂସ୍ଥା। ଏହା ଏକ ଗୁଜୁରାଟି ସଂସ୍ଥା। ଏହି ସଂସ୍ଥା ମାଧ୍ୟମରେ ଓଡ଼ିଶାରେ ବିଭିନ୍ନ ନିଯୁକ୍ତି ପ୍ରୋଜେକ୍ଟ କାର୍ଯ୍ୟ ନିର୍ବାହ କରିବାପାଇଁ ଦାୟୀତ୍ୱ ପୂର୍ବରୁ ପାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking