21.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଜାତିଗତ ଜନଗଣନା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ

ଜାତିଗତ ଜନଗଣନା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ଜାତି ଜନଗଣନା ଉପରେ କିଛି ପରାମର୍ଶ ଦେଇଛନ୍ତି । ସେ ଚିଠିରେ ସମସ୍ତ ରାଜନୈତିକ ଦଳଙ୍କ ସହ ଜାତିଗତ ଜନଗଣନା ଉପରେ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି ଏବଂ ଏହି କାର୍ଯ୍ୟ ପାଇଁ ତେଲେଙ୍ଗାନା ସରକାରଙ୍କ ମଡେଲକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ସଂରକ୍ଷଣ ଉପରେ ୫୦% ସୀମା ହଟାଇବା ପାଇଁ ମଧ୍ୟ ସପକ୍ଷରେ ଥିବା ଉଲ୍ଲେଖ କରିଛନ୍ତି । ଶ୍ରୀ ଖର୍ଗେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅନୁଚ୍ଛେଦ ୧୫(୫) ଅନୁଚ୍ଛେଦକୁ ତୁରନ୍ତ କାର୍ଯ୍ୟକାରୀ କରିବା ଅର୍ଥାତ୍ ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମଧ୍ୟ ଦାବି କରିଥିବା ସୂଚନା ମିଳିଛି । ଜାତିଗତ ଜନଗଣନା ଭଳି ଯେକୌଣସି କାର୍ଯ୍ୟ ଯାହା ଆମ ସମାଜର ପଛୁଆ, ଦଳିତ ଏବଂ ଅବହେଳିତ ବର୍ଗକୁ ସେମାନଙ୍କର ଅଧିକାର ପ୍ରଦାନ କରେ, ତାହାକୁ କୌଣସି ପ୍ରକାରେ ବିଭାଜନକାରୀ ବୋଲି ବିବେଚନା କରାଯାଇପାରିବ ନାହିଁ ଏବଂ କରାଯିବା ଉଚିତ୍ ମଧ୍ୟ ନୁହେଁ ବୋଲି ଖର୍ଗେ ଚିଠି ମାଧ୍ୟମରେ ଦାବି କରିଛନ୍ତି ।

ଅନ୍ୟପକ୍ଷେ ବିଜେପି ପକ୍ଷରୁ କିନ୍ତୁ ଖର୍ଗେଙ୍କ ଏପ୍ରକାର ଚିଠିକୁ ସମାଲୋଚନା କରାଯାଇଛି । ବିଜେପି ଦର୍ଶାଇଛି ଯେ, କେନ୍ଦ୍ର ସରକାରଙ୍କ ଜାତିଗତ ଜନଗଣନା ନିଷ୍ପତ୍ତିର ଶ୍ରେୟ ନେବା ପାଇଁ ବ୍ୟାକୁଳ ହୋଇପଡିଥିବା କଂଗ୍ରେସ ଅଧ୍ୟକ୍ଷ ଏବେ ଚିଠି ଲେଖିବାର ନାଟକ ଆରମ୍ଭ କରିଛନ୍ତି । ଆକାଶବାଣୀ ନ୍ୟୁଜ୍ ସହ ସାକ୍ଷାତକାର ସମୟରେ, ବିଜେପି ମୁଖପାତ୍ର ଗୁରୁ ପ୍ରକାଶ ଏପ୍ରକାର ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁସାରେ ଭାରତ ସରକାର ଜାତି ଜନଗଣନା ଘୋଷଣା କରିବା ପରେ କଂଗ୍ରେସ ପ୍ରସଙ୍ଗହୀନ ହୋଇଯାଇଛି । ସେ କହିଛନ୍ତି, ଶ୍ରୀ ମୋଦୀ ଏହି ନିଷ୍ପତ୍ତି ଘୋଷଣା କରିବାର ସାହସ ଦେଖାଇଛନ୍ତି, ଯେତେବେଳେ ଅତୀତରେ କୌଣସି ପ୍ରଧାନମନ୍ତ୍ରୀ ଏପ୍ରକାର ନିଷ୍ପତ୍ତି ନେବାକୁ ସାହସ ମଧ୍ୟ କରିପାରିନଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking