39.4 C
Bhubaneswar
Thursday, March 27, 2025
Homeଓଡିଶାବିଧାନସଭା ବାହାରେ କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ବିଧାନସଭା ବାହାରେ କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର: ବିଧାନସଭା ବାହାରେ କଂଗ୍ରେସ-ପୋଲିସ ଧସ୍ତାଧସ୍ତି। ବିଧାନସଭା ଆଗରେ କଂଗ୍ରେସ ଅନେକ ତୁଙ୍ଗ ନେତା ଏକାଠି ହୋଇଛନ୍ତି। ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ, ଶରତ ରାଉତ, ଜୟଦେବ ଜେନା ପ୍ରମୁଖ ବିଧାନସଭାରେ ଆଗରେ ଏକାଠି ହୋଇଛନ୍ତି। କଂଗ୍ରେସ କର୍ମୀ ଓ କଂଗ୍ରେସ ଯୁବ ଛାତ୍ର ସଙ୍ଗଠନ ବିଧାନସଭା ବାହାରେ ଏକାଠି ହୋଇଛନ୍ତି । ବିଧାୟକମାନେ ବିଧାନସଭାରେ ଫସିଛନ୍ତି। ସେମାନଙ୍କୁ ମାଡ଼ ମରାଯାଇଛି ତାଙ୍କ ପାଖକୁ ପୋଲିସ ଛାଡୁ ନ ଥିବାରେ ଅସନ୍ତୋଷ ପ୍ରକୋଟ କରିଛନ୍ତି ବରିଷ୍ଠ ନେତା। ସୁରକ୍ଷା ଦୃଷ୍ଟିରୁ ବିଧାନସଭା ବାହାରେ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତାଙ୍କ ପ୍ରତି ଖରାପ ବ୍ୟବହାର କରୁଥିବା କଂଗ୍ରେସ ପକ୍ଷରୁ ଆରୋପ ଲାଗଯାଇଛି । କିଛି ସମୟ ପୂର୍ବରୁ ମାର୍ଶାଲ ଓ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଜୋର ସଂଘର୍ଷ ହେବା କାରଣରୁ କଂଗ୍ରେସ ବିଧାୟକ ଆହତ ହୋଇଥିବା ଜଣାପଡ଼ିଛି । ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ନିଲମ୍ବିତ ଘୋଷଣା କରିଛନ୍ତି। ନିଲମ୍ବିତ ବିଧାୟକଙ୍କୁ ବିଧାନସଭାରୁ ବାହାର କରିବା ପାଇଁ ବାଚସ୍ପତି ମାର୍ଶଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ୱେ କଂଗ୍ରେସ ବିଧାୟକମାନେ ଗୃହ ଛାଡ଼ିବାକୁ ନାରାଜ ଥିଲେ । ଯେଉଁ କାରଣରୁ ଗୃହରୁ କଂଗ୍ରେସ ବିଧାୟକଙ୍କୁ ବାହାରକୁ ଯିବାକୁ କହିବାବେଳେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଲାଗିଥିଲା । ସୁରକ୍ଷାକର୍ମୀମାନେ ବିଧାୟକଙ୍କ ମୋବାଇଲ ଛଡ଼ାଇ ନେଇଥିବା କୁହାଯାଉଛି । ଲବି ଗେଟ୍ ବନ୍ଦ କରିବାକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ସୂଚନା । ଗୃହରେ ବିଶୃଙ୍ଖଳା ପାଇଁ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking