28.1 C
Bhubaneswar
Monday, February 23, 2026
Homeଓଡିଶାକଂଗ୍ରେସର ପିସିସି ପଦ: ଆଜିଠୁ ଆରମ୍ଭ ଚୟନ ପ୍ରକ୍ରିୟା

କଂଗ୍ରେସର ପିସିସି ପଦ: ଆଜିଠୁ ଆରମ୍ଭ ଚୟନ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପିସିସି ସଭାପତି ପାଇଁ ଆଜିଠାରୁ ଆରମ୍ଭ ହେବ ଚୟନ ପ୍ରକ୍ରିୟା। ରାଜ୍ୟ କଂଗ୍ରେସର ମୁଖିଆ ଖୋଜା କସରତ ଆରମ୍ଭ ହେବ। ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବାଛିବା ଲାଗି ଆଜି ଓଡ଼ିଶା ଆସୁଛନ୍ତି ଛତିଶଗଡ଼ ବିରୋଧୀ ଦଳ ନେତା ଚରଣଦାସ ମହନ୍ତ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନ। ଏହି ଦୁଇ ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ। ଏହି ଦୁଇ ନେତା କଂଗ୍ରେସ ଭବନରେ ବୈଠକ କରିବେ। ପିସିସି ସଭାପତି ଦୌଡ଼ରେ ବରିଷ୍ଠ ନେତା ଭକ୍ତ ଦାସ, ମହମ୍ମଦ ମୋକିମ ଏବଂ ଶ୍ରୀକାନ୍ତ ଜେନାଙ୍କ ନାଁ ଆଗରେ ରହିଥିବା ଚର୍ଚ୍ଚା ହେଉଛି। ସୂଚନା ଅନୁଯାଇ , ଅପରାହ୍ଣ ଗୋଟାଏରୁ ରାତି ୧୦ଟା ଯାଏଁ ଏହି ଦୁଇ ବରିଷ୍ଠ ନେତା ବୈଠକ କରିବେ। ପ୍ରଥମେ ଷ୍ଟିଅରିଂ କମିଟି ସହ ସେଦୁହେଁ ଆଲୋଚନା କରିବେ। ଏହାପରେ ବିଧାୟକ ଓ ସାଂସଦଙ୍କୁ ଭେଟି ମତାମତ ନେବେ। ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନ ନେତାଙ୍କ ସହ ବି ବୈଠକ ହେବ। ଏହାପରେ କିଛି ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା ବି କରିବେ ଦୁଇ ନେତା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking