20.1 C
Bhubaneswar
Monday, January 19, 2026
Homeଓଡିଶାଆଗକୁ ଆନ୍ଦୋଳନ ହେବ ଦୁର୍ବାର -ଭକ୍ତ

ଆଗକୁ ଆନ୍ଦୋଳନ ହେବ ଦୁର୍ବାର -ଭକ୍ତ

ଭୁବନେଶ୍ୱର / ରାଉରକେଲା: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣଦାସଙ୍କ ପଶ୍ଚିମ ଓଡ଼ିଶା ଗୃର ତୃତୀୟ ଦିବସରରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରଠାରେ ବିର୍ଷାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଯାତ୍ରା ଆରମ୍ଭ କରିଥିଲେ। ଏହିପରିପ୍ରେକ୍ଷୀରେ ରାଜଗାଙ୍ଗପୁର ଠାରେ ଏକ ବିଶାଳ ଶୋଭାଯାତ୍ରା ଏବଂ ସମାବେଶକୁସମ୍ବୋଧିତ କରି ସରକାରଙ୍କ ଅମାନବୀୟ ଦମନଲୀଳା ବିରୋଧରେ କଡା ସମାଲୋଚନା କରିକହିଛନ୍ତି ଯେ, ଗତ ୧୩ ଡିସେମ୍ବର ୨୦୨୫ ରେ ନିରୀହ ଆଦିବାସୀଙ୍କ ଜୀବନରେ କଳାବାଦଲଘୋଟିଆସିଲା। ପ୍ରାୟ ୪୦ ପ୍ଲାଟୁନ ପୁଲିସ ଫୋର୍ସ ଧରି ଓସିଏଲ ବଳପୂର୍ବକ ଜମି ଜବରଦଖଲକରିବା ଆରମ୍ଭ କରିଦେଲା। ସବୁ ନିୟମକାନୁନକୁ ଜଳାଞ୍ଜଳି ଦେଇ ଏକାଥରକେ ୩୬ ଏକର ଜମିଦଖଲ କରିନେଲେ। ଆସିବାସୀ ଅଧ୍ୟ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଓ ରାଜଗାଙ୍ଗପୁର ବ୍ଲକଅଧୀନସ୍ଥ ୩ ଟି ମୌଜାରେ ୫ଟି ଗ୍ରାମପଞ୍ଚାୟତ : କୁକୁଦା, ଅଲନ୍ଦା, କେସ୍ରାମାଲ, ଝାଗରପୁର ଓକଟଙ୍ଗ, ଯାହାକି ୫ମ ପରିଚ୍ଛେଦରେ ଆସୁଛି, ସେଠାରେ ଜମି ଅଧିଗ୍ରହଣର ସମସ୍ତ ନିୟମକୁଜଳାଞ୍ଜଳି ଦିଆଗଲା। ଜମି ଅଧିଗ୍ରହଣ ବିଷୟରେ ସାମାନ୍ୟ ଜ୍ଞାନଥିବା ଲୋକେ ଜାଣନ୍ତି,ନିହାତି ଦରକାର ନହେଲେ ଅନୁସୂଚୀତ ଜାତି ଓ ଜନଜାତିର ଲୋକଙ୍କ ଜମି ଅଧିଗ୍ରହଣ କରାଯିବନାହିଁ। ଏମିତି କୋଉ ଜରୁରୀକାଳୀନ ପରିସ୍ଥିତି ଉପୁଜିଲା ଯେ ଉପରୋକ୍‌ତ ଜମିଅଧିଗ୍ରହଣ ବଳପୂର୍ବକ କରିବାକୁ ପଡ଼ିଲା ବୋଲି ଶ୍ରୀ ଦାସ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି।ପୁଣି କହିଛନ୍ତି ଯେ, ସମ୍ବିଧାନର ୫ମ ସୂଚୀ ୫ମ ପରିଚ୍ଛେଦରେ ରେ ସ୍ପଷ୍ଟ ଉଲ୍ଲେଖ ଅଛି, ଯଦି ନିହାତିଆବଶ୍ୟକ ପଡ଼େ, ଅନୁସୂଚୀତ ବର୍ଗର ଲୋକଙ୍କ ଜମି କେବଳ ଏହି ପ୍ରକ୍ରିୟାରେ ହିଁ ସୂଚୀ-୪ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶ କରାଯାଇପାରିବ। ସଂପୃକ୍ତ ଗ୍ରାମସଭାରେ ୮୦% ପରିବାର ପୂର୍ବସମ୍ମତି ଲୋଡା, ଯାହାକି ନାହିଁ । ସ୍ୱୟଂଶାସିତ ଜିଲ୍ଲା ପରିଷଦ ର ପୂର୍ବ ଅନୁମୋଦନ ଲୋଡ଼ା,ଯାହା କି କରାଯାଇ ନାହିଁ। ଓଡ଼ିଶାର ଜମି ଅଧିଗ୍ରହଣ, ପୁନର୍ବାସ ଓ ବନ୍ଦୋବସ୍ତ ଆଇନ-୨୦୧୩ ଏହାର ଧାରା ୪୧ କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ଗ୍ରାମ ସଭାରେ ଖାରଜହୋଇଥିବା ସତ୍ତ୍ୱେ ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉପରୋକ୍ତ ପ୍ରକ୍ରିୟାକୁସୁସଂହତ ଓ ଅଧିକ ସ୍ୱଚ୍ଛ କରିବା ପାଇଁ ୨୦୧୬ ରେ ଆଉ ଏକ ନିୟମ କରାଯାଇଥିଲା। ଭୂମିଅଧିଗ୍ରହଣ ଏବଂ ପୂର୍ନବସତି ସ୍ଥାପନ ନିୟମ -୨୦୧୬ ଅନୁସାରେ ଫର୍ମ-ଏମ ପୂରଣ କରିବାବାଧ୍ୟତାମୂଳକ ଅଟେ। ଜିଲ୍ଲା ପ୍ରଶାସନ କରିପାରିବ କି ଉପରୋକ୍ତ ଦୁଇଟି ପ୍ରକ୍ରିୟା ନିୟମଅନୁସାରେ ହୋଇଛି? ଗ୍ରାମସଭାରେ ଗ୍ରାମବାସୀ ଓସିଏଲ ଜମି ଅଧିଗ୍ରହଣକୁ ସର୍ବସମ୍ମତିକ୍ରମେ ବିରୋଧ କରି ଖାରଜ କଲେ। ଅଥଚ ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ନିର୍ଲଜ ଭାବେଅଧିଗ୍ରହଣ ପାଇଁ ନିର୍ଦ୍ଦେଶ ଦେଲେ। ୧୦.୧.୨୦୨୦ରେ ସୁନ୍ଦରଗଡ଼, ଉପଜିଲ୍ଲାପାଳ, ୨୬.୧.୨୦୨୦ରେ ଗ୍ରାମସଭା କରିବାକୁ ସମସ୍ତ ପଞ୍ଚାୟତକୁ ନିର୍ଦ୍ଦେଶ ଦେଲେ। ଅନ୍ୟାନ୍ୟ ଅଭାବ ଅସୁବିଧାସମେତ ସ୍ୱାଭାବିକ ଭାବେ ଉପରୋକ୍ତ ୫ ପଞ୍ଚାୟତରେ ଓସିଏଲର ଜମି ଅଧିଗ୍ରହଣ ପ୍ରସ୍ତାବ ବିଷୟରେଆଲୋଚନା ହେଲା। ୨୬.୧.୨୦୨୦ ରେ ପ୍ରସ୍ତାବ ନମ୍ବର ୫ କର୍ତ୍ତଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡାଲମିଆଭାରତ ସିମେଌକ୍ଷଗ୍ଧ; ଲିମିଟେଡ଼ (ଓସିଏଲ)ର ଖଣି ସଂପ୍ରସାରଣ ସମ୍ବନ୍ଧରେ ଉକ୍ତ ସଭାରେ ଓସିଏଲ ଖଣିସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣ ବିଷୟରେ ଆଲୋଚନା କରାଯିବାରୁ ଗ୍ରାମସଭାକୁଆସିଥିବା ଲୋକମାନେ ବିରୋଧ କଲେ ଏବଂ ଜମି ଅଧିଗ୍ରହଣ ପ୍ରସ୍ତାବକୁ ଖାରଜ କଲେ।ପୁଣି ୨୬.୧.୨୦୨୦ ରେ କୁକୁଡ଼ା ପଞ୍ଚାୟତ ଠାରେ ପଏଌକ୍ଷଗ୍ଧ; ନମ୍ବର ୬ ଅନୁସାରେ ଉକ୍ତ ସ୍ୱତନ୍ତ୍ରଗ୍ରାମସଭାରେ ଆଲୋଚ୍ୟ ବିଷୟରେ ପ୍ରସ୍ତାବକୁ ବୈଠକରେ ଉପସ୍ଥିତ ସମସ୍ତ ଗ୍ରାମବାସୀଇଂଚେ ବି ଜମି ନ ଦେବାପାଇଁ ପ୍ରସ୍ତାବ ଗୃହୀତ କଲେ ଏବଂ ସର୍ବସମ୍ମତି କ୍ରମେ ଓସିଏଲକୁ ଜମିଦେବେନାହିଁ ପାଇଁ ନିର୍ଣ୍ଣୟ କରାଗଲା। କିନ୍ତୁ ସରକାର ଏବଂ କମ୍ପାନୀ ସଂପୂର୍ଣ୍ଣ ପ୍ରତାରଣା ଓଚଞ୍ଚକତା କଲେ। ଗ୍ରାମ ସଭାମାନଙ୍କରେ ଓସିଏଲର ପ୍ରସ୍ତାବ ସର୍ବସମ୍ମତିକ୍ରମେ ଖାରଜ ହେଲା; ଅଥଚପ୍ରାୟ ମାସେ ପରେ ଅର୍ଥାତ ୨୧.୨.୨୦୨୦ ରେ ଜିଲ୍ଲାପାଳ ଲେଖିଲେ ସୁନ୍ଦରଗଡ଼ର ଉପଜିଲ୍ଲାପାଳସଦର ଏବଂ ଅନ୍ୟାନ୍ୟ ଅଫିସରଙ୍କ ଉପସ୍ଥିତିରେ ଉକ୍ତ ଗ୍ରାମମାନଙ୍କୁ ଗ୍ରାମସଭା ଅନୁଷ୍ଠିତହୋଇଥିଲା। ସେହି ଗ୍ରାମସଭା ମାନଙ୍କୁ ଗ୍ରାମବାସୀଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା।ଗ୍ରାମ ସଭାମାନେଙ୍କରେ କିଏ କ’ଣ କହିଲେ, କିପରି ଭାଷାରେ ଓସିଏଲ ଓ ସରକାରଙ୍କୁ ଭର୍ତ୍ସନା କଲେ,ସବୁକିଛି ସ୍ପଷ୍ଟ ବିବରଣୀରେ ଉଲ୍ଲେଖ ଥିବାବେଳେ ‘ଭର୍ତ୍ସନା’କୁ ‘ମିଶ୍ରିତ ପ୍ରତିକ୍ରିୟା’

ବୋଲି ଲେଖିବା ଧର୍ମକୁ ଆଖିଠାରୁ ନୁହେଁ କି? ଜିଲ୍ଲାପାଳଙ୍କ ଉପରୋକ୍ତ ମନ୍ତବ୍ୟକୁଭିର୍ତ୍ତିକରି ଜିଲ୍ଲାପାଳ ୩.୩.୨୦୨୦ ରେ ଲେଖିଲେ: କୁତ୍ରା ଓ ରାଜଗାଙ୍ଗପୁର ତହସିଲଦାର ଜମିଅଧିଗ୍ରହଣ କରିବେ। ସରକାରଙ୍କୁ ଆଉ କିଛି ପ୍ରଶ୍ନ ୨୦୦୫ ମସିହାରେ ଓସିଏଲ ପାଇଁ ସରକାର୨୭ ଏକର ଜମି ଅଧିଗ୍ରହଣ କରିଥିଲେ। ତାହା କେଉଁ କାମରେ ଲାୁଗଛି। ଏ ଥରର ଜମିଅଧିଗ୍ରହଣ ପ୍ରକ୍ରିୟା ଲାରା ଆଇନ ଅନୁଯାୟୀ କରାଯାଇଛି ବୋଲି କୁହାଯାଉଛି: ଅଥଚକ୍ଷତିପୂରଣ ଏମଏମଡିଆର ଅନୁସାରେ ହେବ କାହିଁକି? ପିସିସି ସଭାପତି ସରକାରଙ୍କୁଚେତାବନୀ ଦେଇ କହିଛନ୍ତି ଯଦି ସରକାର ନିୟମାନୁଯାୟୀ କାର୍ଯ୍ୟ ନକରନ୍ତି ତେବେ ଆଗକୁଦୁର୍ବାର ଆନ୍ଦୋଳନ କଂଗ୍ରେସ ଦଳ କରିବ। ୧୩.୨.୨୦୨୫ ରେ ଓସିଏଲ ବଳପୂର୍ବକ ଜମି ନେଲାଲୋକେ ପ୍ରତ୍ୟାହାର କରିବାକୁ ଆନ୍ଦୋଳନ ଆରମ୍ଭ କଲେ। ୨୨.୨.୨୦୨୫ ରେ ୧୦ ହଜାର ଲୋକଙ୍କସମାବେଶ ହେଲା। ତଥାପି ସରକାର ନିରବ ରହିଛି। କିନ୍ତୁ କଂଗ୍ରେସ ନିରବ ରହିବ ନାହିଁ। ଆମେନିରବଚ୍ଛିନ୍ନ ଭାବରେ ଆନ୍ଦୋଳନ ଜାରି ରଖିବୁ। ଯେତେବେଳେ ପର୍ଯ୍ୟନ୍ତ ଗ୍ରାମବାସୀ ନ୍ୟାୟପାଇବେ ନାହିଁ। ସେ ସରକାରଙ୍କୁ ଚେତାଇ କହିଛନ୍ତି ସରକାରଙ୍କ ପାଖରେ ଏକମାତ୍ର ବିକଳ୍ପ ଅଛି୫ମ ପରିଛେଦର ଲାରା ଆଇନ ସରକାର ଅକ୍ଷରେ ଅକ୍ଷରେ ମାନନ୍ତୁ।ଏହି ବିଶାଳ ସମାବେଶରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ଓଡ଼ିଶା ପ୍ରଭାରୀଶ୍ରୀ ଅଜୟ କୁମାର ଲଲ୍ଲୁ, ପିସିସି ଉପସଭାପତି ଶ୍ରୀ ସନ୍ତୋଷ ସିଂ ସାଲୁଜା, ରାଜଗାଙ୍ଗପୁରବିଧାୟକ ଡ. ସିଏସ ରାଜନ ଏକ୍କା, ସୁନ୍ଦରଗଡ଼ ଜିଲ୍ଲା ସଭାପତି ନିର୍ମଳ ନାୟକ ଏବଂକଂଗ୍ରେସର ବହୁ ବରିଷ୍ଠ କର୍ମକର୍ତ୍ତା ତଥା ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଏବଂ ସାଧାରଣ ଜନତା ଭାଗ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking