ଭୁବନେଶ୍ୱର: କଂଗ୍ରେସର ଆନ୍ଦୋଳନକୁ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଟାର୍ଗେଟ କରିଛନ୍ତି । କହିଛନ୍ତି, କଂଗ୍ରେସର ଆଉ ସ୍ଥିତି ନାହିଁ, ଗଣମାଧ୍ୟମରେ ରହିବା ପାଇଁ ଆନ୍ଦୋଳନ । ଦଳ ବଞ୍ଚିଛି ବୋଲି ଏହା ଏକ ଟୋକନ ପ୍ରୋଗ୍ରାମ । ଯେଉଁଠି ଜିତିଲେ ସେଇଠି ରାହୁଲ ଗାନ୍ଧୀଙ୍କ ଭୋଟ । ଯେଉଁଠି ହାରିଲେ ସେଠି ଭୋଟ ଚୋରି ହୋଇଛୁ ବୋଲି କହୁଛି କଂଗ୍ରେସ । ଭୋଟ ଚୋରିକୁ ନେଇ କଂଗ୍ରେସର ପ୍ରତିବାଦ ଜଗତେ କେବଳ ଜନେ ହସିବେ ।










