28.1 C
Bhubaneswar
Sunday, May 25, 2025
Homeଦେଶ ବିଦେଶକଂଗ୍ରେସର ପ୍ରଶ୍ନର ପାହାଡ; ସର୍ବଦଳୀୟ ବୈଠକକୁ କାହିଁକି ଆସିଲେନି ପ୍ରଧାନମନ୍ତ୍ରୀ

କଂଗ୍ରେସର ପ୍ରଶ୍ନର ପାହାଡ; ସର୍ବଦଳୀୟ ବୈଠକକୁ କାହିଁକି ଆସିଲେନି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲ: ପହଲଗାମ୍ ଆତଙ୍କବାଦୀ ଘଟଣାରେ ବିରୋଧୀ ଦଳ କଂଗ୍ରେସ, ଭାରତ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଘୋଷଣା କରିସାରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ମଧ୍ୟ ଅନ୍ୟ ସମସ୍ତ ବିରୋଧୀ ଦଳଙ୍କ ସହ କଂଗ୍ରେସ ମଧ୍ୟ ସରକାରଙ୍କୁ ଯେକୌଣସି କାର୍ଯ୍ୟାନୁଷ୍ଠାନ ପାଇର୍ ପୂର୍ଣ୍ଣ ସମର୍ଥନ ବୋଲି କହିଥିଲା । ତେବେ ଏବେ କିନ୍ତୁ କଂଗ୍ରେସର ଆଭିମୁଖ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତଥା ଜୟରାମ ରମେଶଙ୍କ ଭଳି ଅନ୍ୟ କେତେକ ନେତାମାନେ ରବିବାର ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ସରକାରଙ୍କ ସମ୍ମୁଖରେ କିଛି ପ୍ରଶ୍ନ ଉଠାଇଛନ୍ତି ।

ଖର୍ଗେ କହିଛନ୍ତି, ସାମ୍ପ୍ରତିକ ଆତଙ୍କବାଦୀ ଘଟଣା, ଯେଉଁଥିରେ ପ୍ରାୟ ୨୭ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି, ତାହା ଅତ୍ୟନ୍ତ ଚିନ୍ତାଜନକ । ଏହି ପରିପ୍ରେକ୍ଷୀରେ, ସେ ନିଜେ କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ ଲୋକସଭା ଏବଂ ରାଜ୍ୟସଭାର ବିରୋଧୀ ନେତାମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇନଥିଲେ । ଯେତେବେଳେ ସରକାର ଏପରି ଜରୁରୀକାଳୀନ ବୈଠକ ଡାକିଥାନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଅତ୍ୟନ୍ତ ଆବଶ୍ୟକ । କିନ୍ତୁ ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିସହ କଂଗ୍ରେସ ନେତାମାନେ ଆଉ କିଛି ପ୍ରଶ୍ନ ମଧ୍ୟ ସରକାରଙ୍କୁ କରିଛନ୍ତି । ପ୍ରକାଶ, ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ସ୍ୱୀକାର କରିସାରିଛନ୍ତି ଯେ, ପହଲଗାମ୍ ଘଟଣା ଏକ ସୁରକ୍ଷାଜନିତ ବଡ଼ ତ୍ରୁଟି ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking