ଭୁବନେଶ୍ୱର : ୨ ଜଣ କଂଗ୍ରେସ ବିଧାୟକଙ୍କ ସସପେଣ୍ଡ ପ୍ରତିବାଦରେ ସାରା ରାତି କଂଗ୍ରେସ ବିଧାୟକଙ୍କ ଧାରଣା। ରାସ୍ତା ଉପରେ ଶୋଇଲେ କଂଗ୍ରେସ ବିଧାୟକ । ଅଧ ରାତିରେ ସୁରକ୍ଷା କର୍ମୀ ଓ ପୋଲିସ କଂଗ୍ରେସ ବିଧାୟକଙ୍କୁ ମାଡ଼ ମାରି ରାସ୍ତାରେ ଛାଡିଦେଇଥିବା ଅଭିଯୋଗ କଲେ କଂଗ୍ରେସ ବିଧାୟକ । ରାତି ଅଧରେ କଂଗ୍ରେସ ବିଧାୟକଙ୍କୁ ପୋଲିସ ଉଠାଇଆଣି ରାସ୍ତାରେ ଛାଡିବା ପରେ, ବିଧାୟକମାନେ ରାସ୍ତାରେ ଧାରଣା ଦେବା ସହ ଶୋଇଛନ୍ତି । ଏହାରି ଭିତରେ ଭାବବିହ୍ବଳ ହୋଇ କାନ୍ଦିପକାଇଛନ୍ତି ବିଧାୟକ ତାରା ବାହିନୀପତି ।
ଓଡିଶା ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଘଟିଛି । ତାରା ବାହିନୀପତିଙ୍କ ସିକ୍ୟୁରିଟି ଅଫିସରଙ୍କୁ ପୋଲିସମାନେ ମାଡ଼ ମାରିବା ସହ ସୁନା ଚେନ୍ ନେଇଯାଇଥିବା କହିଛନ୍ତି ତାରା । ଏହା ସହ କହିଛନ୍ତି , ରାଜନୀତି ଆମେ ଲୋକଙ୍କ ପାଇଁ କରୁଛୁ ଓ ଅନ୍ୟାୟ ବିରୋଧରେ ଲଢୁଛୁ ହେଲେ ଏଭଳି ଆଚରଣ ପରେ ଆଉ ରାଜନୀତି କରିବିନି ବୋଲି ମୁଁ ସ୍ଥିର କରିଛି ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ତାରା ବାହିନୀପତି । ତେବେ ସାରା ରାତି ଧାରଣା ପରେ ବସିଥିବା ଯୋଗୁଁ ଅସୁସ୍ଥ ହୋଇପଡିଛନ୍ତି କଂଗ୍ରେସ ବିଧାୟକ । ବରିଷ୍ଠ ବିଧାୟକ ତାରାବାହୀନୀ ପତି ଅସୁସ୍ଥ ହୋଇପଡିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡିଛି ।