ଭୁବନେଶ୍ୱର: ଆରମ୍ଭ ହେଲା କଂଗ୍ରେସର ପଦଯାତ୍ରା । ରାମ ମନ୍ଦିର ପାଖରୁ ଆରମ୍ଭ ହେଲା ପଦଯାତ୍ରା । ପଦଯାତ୍ରାରେ ପିସିସି ସଭାପତି ଭକ୍ତ ଦାସ, ସପ୍ତଗିରି ଉଲାକା, ରାମଚନ୍ଦ୍ର କାଡାମ ସାମିଲ ଅଛନ୍ତି । ବିଧାନସଭା ପଯ୍ୟନ୍ତ ଯିବ କଂଗ୍ରେସର ପଦଯାତ୍ରା । ସୂଚନା ଅନୁସାରେ , ନାରୀମାନଙ୍କ ନ୍ୟାୟ ପାଇଁ କଂଗ୍ରେସ ପ୍ରତିବାଦ କରିଛନ୍ତି । ଏନେଇ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ବ୍ୟାପକ କଡାକଡି କରାଯାଇଛି ।