26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶ‘ଯୁବପିଢ଼ୀଙ୍କୁ ଡ୍ରଗ୍ସର ଅନ୍ଧକାର ଦୁନିଆକୁ ନେଇଯାଉଛି କଂଗ୍ରେସ’

‘ଯୁବପିଢ଼ୀଙ୍କୁ ଡ୍ରଗ୍ସର ଅନ୍ଧକାର ଦୁନିଆକୁ ନେଇଯାଉଛି କଂଗ୍ରେସ’

ନୂଆଦିଲ୍ଳୀ : ଦେଶର ରାଜଧାନୀ ନୂଆଦିଲ୍ଲୀ ଠାରେ ଗତ ଦୁଇ ଦିନ ପୂର୍ବେ ୫ ହଜାର କୋଟି ଟଙ୍କାର ଡ୍ରଗ୍ସ ଧରାପଡ଼ିଥିଲା। ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସ ଦଳ ଉପରେ ଏକ ବଡ଼ ଅଭିଯୋଗ ଲଗାଇଛନ୍ତି। ଶାହ କହିଛନ୍ତି, ‘କଂଗ୍ରେସ ଯୁବପିଢ଼ୀମାନଙ୍କୁ “ଡ୍ରଗ୍ସର ଅନ୍ଧକାର ଦୁନିଆ”କୁ ନେଇଯାଉଛି। କଂଗ୍ରେସ ହିଁ ଏସବୁ କରୁଛି। ଦେଶର ଭବିଷ୍ୟତଙ୍କ ହାତରେ ଡ୍ରଗ୍ସ ଧରାଇ ସେମାନଙ୍କୁ ନଷ୍ଟ କରିଦେବାକୁ କଂଗ୍ରେସ ଚାହୁଁଛି। ଯୁବପିଢ଼ିଙ୍କୁ ଏପ୍ରକାର ନିଶାସକ୍ତ କରି କ୍ଷମତାକୁ ଆସିବାକୁ କଂଗ୍ରେସ ଷଡଯନ୍ତ୍ର ରଚୁଛି ବୋଲି ଶାହ କହିଛନ୍ତି। ପ୍ରକାଶ, ବୁଧବାର ଦିନ ଦକ୍ଷିଣ ଦିଲ୍ଲୀରେ ଏକ ଚଢ଼ାଉରେ ୫୦୦ କିଲୋଗ୍ରାମରୁ ଅଧିକ କୋକେନ ଏବଂ ୪୦ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ ହେବା ପରେ ମୁଖ୍ୟ ଅଭିଯୁକ୍ତ ତୁଷାର ଗୋୟଲଙ୍କୁ ଗିରଫ କରାଯାଇଥିଲା। ତୁଷାର ଗୋୟଲଙ୍କ ସମ୍ପୃକ୍ତି କଂଗ୍ରେସ ଦଳ ସହ ରହିଥିବା ଶାହ ଅଭିଯୋଗ କରିଛନ୍ତି।
ଅମିତ ଶାହ ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏକ ପୋଷ୍ଟ କରି ଦାବି କରିଛନ୍ତି ଯେ ମୋଦୀ ସରକାର ଡ୍ରଗ୍ସ ଉପରେ “ଶୂନ୍ୟ ସହନଶୀଳତା” ନୀତି ପ୍ରତି ପ୍ରତିଶ୍ରୁତିବଦ୍ଧ ରହି ଯୁବପିଢ଼ିଙ୍କୁ ଶିକ୍ଷା, କ୍ରୀଡା ଏବଂ ନବସୃଜନ ଦିଗରେ ମାର୍ଗଦର୍ଶନ କରୁଥିବା ବେଳେ କଂଗ୍ରେସ ଏହାର ରାଜନୌତିକ ପ୍ରଭାବକୁ ନିଶା କାରବାରରେ ଉପଯୋଗ କରିବାରେ ଲାଗିଛି। ତେବେ ମୋଦୀ ସରକାର ଥିବା ଯାଏ କଂଗ୍ରେସର ଏହି କୂଚକ୍ରାନ୍ତ କଦାପି ସଫଳ ହେବ ନାହିଁ। ଅନ୍ୟପକ୍ଷେ ଦିଲ୍ଲୀର ସବୁଠୁ ଏହି ବଡ ‘ଡ୍ରଗ୍ସ ବଷ୍ଟ’ ପଛରେ ଥିବା କିଙ୍ଗପିନ୍ ତୁଷାର ଗୋୟଲଙ୍କ ସହ କୌଣସି ପ୍ରକାରର ସଂଯୋଗକୁ କଂଗ୍ରେସ ଅସ୍ୱୀକାର କରିଛି। ଗୃହମନ୍ତ୍ରୀ ଏହି ଘଟଣାକୁ ରାଜନୈତିକ ରୂପ ଦେବା ପାଇଁ ଦଳ ବିରୋଧରେ ବିଭ୍ରାନ୍ତମୂଳକ ଅଭିଯୋଗ ଆଣୁଛନ୍ତି। ଘଟଣାର ବାସ୍ତବିକ ତଦନ୍ତ ହେବା ପରେ ହିଁ ସତ୍ୟାସତ୍ୟ ଜଣାପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking