36.1 C
Bhubaneswar
Monday, May 12, 2025
Homeଓଡିଶାକଂଗ୍ରେସରେ ଅଛି, ରହିବି: ଶ୍ରୀକାନ୍ତ ଜେନା

କଂଗ୍ରେସରେ ଅଛି, ରହିବି: ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: ଦ୍ୱନ୍ଦ୍ୱ ଦୂର କଲେ ଶ୍ରୀକାନ୍ତ ଜେନା । କଂଗ୍ରେସରେ ଅଛି, ରହିବି ବୋଲି ଶ୍ରୀ ଜେନା କହିଛନ୍ତି । ସମାଜବାଦୀ ପାର୍ଟିରେ ମିଶିବା ନେଇ ହେଉଥିବା ଚର୍ଚ୍ଚା ଭୁଲ ବୋଲି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହ ସାକ୍ଷାତ ଆଲୋଚନା ପରେ ଶ୍ରୀ ଜେନା କହିଛନ୍ତି । ଏହାଛଡ଼ା ଶ୍ରୀ ଜେନା କହିଛନ୍ତି ଯେ ଓଡ଼ିଶାରେ ସାମାଜିକ ନ୍ୟାୟ ପାଇଁ ଲଢେ଼ଇ ଜୋରଦାର ହେବ । ଏଥିସହ ପିସିସି ସଭାପତିଙ୍କୁ ଅଖିଳେଶ ଭେଟିବେ କି ପ୍ରଶ୍ନରେ ସେ ଭେଟିବେ ବୋଲି କହିଛନ୍ତି । ଜାତିଗତ ଜନଗଣନା ନେଇ ରାହୁଲ ଗାନ୍ଧୀ ଦାବି କରିସାରିଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି ।

ପ୍ରକାଶ ଯେ ରାଜଧାନୀ ଭୁବନେଶ୍ୱରରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀକାନ୍ତ ଜେନାଙ୍କୁ ଭେଟିବେ ବୋଲି କହିଥିଲେ । ସେ କହିଥିଲେ ଯେ ସମାଜବାଦୀ ପାର୍ଟିକୁ ଓଡ଼ିଶାରେ ସଂଗଠିକ କରିବାକୁ ଆସିଛି । ଓଡ଼ିଶାରେ ସମାଜବାଦୀ ପାର୍ଟି ବଢ଼ିବା ନେଇ ଆଲୋଚନା କରିବି । ଓଡ଼ିଶାରେ ପାର୍ଟିର ଏକ ବଡ଼ ସଂଘଠନ ନାହିଁ । ଲୋକଙ୍କୁ ଯୋଡ଼ିବା ପାଇଁ ଆମର ଉଦ୍ୟମ ରହିବ ବୋଲି ଅଖିଳେଶ କହିଥିଲେ । ତେବେ ଏପରି ସ୍ଥିତିରେ ଅଖିଳେଶ ବୁଧବାର ଶ୍ରୀକାନ୍ତ ଜେନାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଗତି କୁଆଡେ଼ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking