ଭୁବନେଶ୍ୱର: ଦ୍ୱନ୍ଦ୍ୱ ଦୂର କଲେ ଶ୍ରୀକାନ୍ତ ଜେନା , କହିଲେ କଂଗ୍ରେସରେ ଅଛି , ରହିବି । ଆହୁରି କହିଛନ୍ତି , ସମାଜବାଦୀ ପାର୍ଟିରେ ମିଶିବା ନେଇ ଚର୍ଚ୍ଚା ଭୁଲ କଥା । ଅଖିଳେଶ ଯାଦବଙ୍କ ସହ ସାକ୍ଷାତ ଆଲୋଚନା ପରେ ସ୍ପଷ୍ଟ କଲେ । ଓଡିଶାରେ ସାମାଜିକ ନ୍ୟାୟ ପାଇଁ ଲଢେଇ ଜୋରଦାର ହେବ । ପିସିସି ସଭାପତିଙ୍କୁ ଅଖିଳେଶ ଭେଟିବେ ବୋଲି ପ୍ରଶ୍ନରେ କହିଲେ । ଜାତିଗତ ଜନଗଣନା ନେଇ ରାହୁଲ ଗାନ୍ଧି ଦାବି କରିସାରିଛନ୍ତି ।