21.1 C
Bhubaneswar
Friday, December 27, 2024
Homeଓଡିଶାକଂଗ୍ରେସ ଏକ ପରଜୀବୀ ଦଳ : ଜେପି ନଡ୍ଡା

କଂଗ୍ରେସ ଏକ ପରଜୀବୀ ଦଳ : ଜେପି ନଡ୍ଡା

ଭୁବନେଶ୍ୱର : ପୁରୀରେ ବିଜେପି କାର୍ଯ୍ୟକାରିଣୀ ବୈଠକ । ବିଜେପି ରଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମ୍ବୋଧନ । ବିଜେପି ଏବେ ଏକମାତ୍ର ପାନ୍‌-ଇଣ୍ଡିଆନ ପାର୍ଟି । ୧୮ ରାଜ୍ୟରେ ବିଜେପି ଓ ଏନଡିଏର ସରକାର । ଦେଶରେ ୫୮% ଭୂଭାଗରେ ଏବେ ବିଜେପିର ସରକାର । ଆମ ଦଳରେ ପ୍ରୀୟୀପ୍ରୀତି ତୋଷଣ ହୁଏ ନାହିଁ । ଓଡ଼ିଶାର ବିକାଶ ପାଇଁ ବିଜେପି ସବୁବେଳେ ଉଦ୍ୟମ ଜାରି ରଖିବ। ରାଜ୍ୟକୁ ବିକାଶ ପଥରେ ନେବାର କୌଣସି ସୁଯୋଗ ଛାଡ଼ିବ ନାହିଁ। ଲୋକସଭା ସିଟ୍‌ ଡବଲ କରିବାକୁ କହିଥିଲି। ଆପଣମାନେ ୨୦ ସିଟ୍‌ ଦେଇଛନ୍ତି। ସେହିପରି ବିଧାନସଭାରେ ୪୦.୭ ପ୍ରତିଶତ ଭୋଟ୍‌ ସହ ସରକାର ଗଠନ କରିବାର ସୁଯୋଗ ଦେଇଛନ୍ତି। ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଓଡ଼ିଶାବାସୀ ବିପୁଳ ସମର୍ଥନ ଦେଇଛନ୍ତି। ଏଥି ପାଇଁ ଶ୍ରୀ ନଡ୍ଡା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ସେବା କରିବାର ସୁଯୋଗ ଦେଇଥିବାରୁ ପ୍ରାଣାମ ଜଣାଉଛି। ଆଜିର ଦିନରେ ବିଜେପି ୧୩ଟି ରାଜ୍ୟରେ ଶାସନ କରୁଛି। ଏନ୍‌ଡିଏ ନେତୃତ୍ବରେ ୧୮ଟି ରାଜ୍ୟରେ ସରକାର ଚାଲିଛି। ଦେଶର ୫୭ ପ୍ରତିଶତ ଭୂଭାଗରେ ବିଜେପି ସରକାର ଚାଲିଛି। କଂଗ୍ରେସ ଅନ୍ୟର ଭରସାରେ ବଞ୍ଚିଛି। ଅମରି ଲତା ଭଳି ବଢୁଛି। କଂଗ୍ରେକୁ ଟାର୍ଗେଟ କଲେ ବିଜେପି ଅଧ୍ୟକ୍ଷ । କହିଲେ ୧୩ଟି ରାଜ୍ୟରେ କଂଗ୍ରେସର ଖାତା ଶୂନ । କଂଗ୍ରେସ ଏକ ପରଜୀବୀ ଦଳ । ଏହା ନିଜ ବଳରେ ନୁହେଁ ବରଂ ପର ବଳରେ ଚାଲେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଓଡ଼ିଶାର ସମସ୍ତ ବିଜେପି ସାଂସଦ, ରାଜ୍ୟର ସମସ୍ତ ବିଜେପି ବିଧାୟକ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମର ଓ ସହପ୍ରଭାରୀ ଲତା ଉସେଣ୍ଡୀ, ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ କୁମାର ମହାନ୍ତି ଏବଂ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking