26.1 C
Bhubaneswar
Monday, December 15, 2025
Homeଓଡିଶାକଂଗ୍ରେସ ମୋ ବିଚାରଧାରାରେ ଅଛି: ମୋକିମ

କଂଗ୍ରେସ ମୋ ବିଚାରଧାରାରେ ଅଛି: ମୋକିମ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କାର ପରେ ମହମ୍ମଦ ମୋକିମ ପ୍ରେସମିଟ କରି କହିଛନ୍ତି, ଚିଠିକୁ ଗୁରୁତ୍ୱର ସହ ନେଇଥିବାରୁ ମିଡିଆକୁ ଧନ୍ୟବାଦ ଜଣାଉଛି । ପରବର୍ତ୍ତୀ ସମୟରେ କଂଗ୍ରେସ ପଦକ୍ଷେପ ନେବ ବୋଲି ଭାବୁଛି । କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି । କିନ୍ତୁ ମୋ ବିଚାରଧାରାକୁ କଂଗ୍ରେସକୁ କେହି ଦୂରେଇ ପାରିବେନି । କଂଗ୍ରେସ ମୋ ବିଚାରଧାରାରେ ଅଛି ଓ ରହିବ । ଅନ୍ୟପଟେ ଚିଠିକୁ ନେଇ ମୋକିମ କହିଛନ୍ତି ଯାହା କହିଛି ସେଥିରେ କୌଣସି ଅନୁଶୋଚନା ନାହିଁ । ଯାହା ଦଳର ସତ ତାହା ମୁଖ୍ୟଙ୍କୁ ଅବଗତ କରିଥିଲି । ଆଇନା ଦେଖାଇଥିଲି, ଭାବିଥିଲି କଂଗ୍ରେସ ସୁଧାର ଆଣିବ । କିନ୍ତୁ ଦଳ ମୋ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି, ଏହାକୁ ଗ୍ରହଣ କରୁଛି । ସୂଚନାଥାଉକି,କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା । ଏଥିରେ ଏଆଇସିସି ମୋହର ମାରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି ।

କଂଗ୍ରେସରୁ ବିଦା ହେଲେ ମୋକିମ୍‌

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking