ନୂଆଦିଲ୍ଲୀ: ଗାଳି ରାଜନୀତିକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ । ମୋ ମାଆଙ୍କୁ ବିରୋଧୀ ଗାଳିଦେଲେ , ତାଙ୍କର କଣ ଭୁଲ ଥିଲା । କେବଳ ମୋ ମାଆ ନୁହେଁ , କଂଗ୍ରେସ ପ୍ରତ୍ୟେକ ମାଆକୁ ଗାଳି ଦେଇଛନ୍ତି । ଆଜି ମୁଁ ଯାହା ବି କିଛି ଅଛି, ସେଥିରେ ମୋ ମାଆର ଭୁମିକା ଗୁରୁତ୍ୱପୂଣ୍ଣ । ଅନେକ କଷ୍ଟ ସହି ମୋ ମାଆ ଆମକୁ ଲାଳନ ପାଳନ କରିଥିଲା । ରାଜନୀତିରେ ମୋ ମାଆର କୌଣସି ଭୂମିକା ନାହିଁ, ତଥାପି ଗାଳି କଲେ । ମାଆ ଭଉଣୀଙ୍କୁ ଗାଳି କରିବା ଅର୍ଥ ମହିଳାଙ୍କୁ ଦୁର୍ୱଳ କରିବା । ଆରଜେଡି ଶାସନରେ ବିହାରରେ ମହିଳା ରାସ୍ତାକୁ ବାହାରି ପାରି ନଥିଲେ । ବିହାରବାସୀ ଲମ୍ବା ଲଢେଇ କରି ଅନ୍ଧାରରୁ ମୁକ୍ତି ପାଇଛନ୍ତି । ଆରଜେଡି- କଂଗ୍ରେସ ବିହାରରେ ମହିଳାଙ୍କୁ ଡରିଯାଇଛନ୍ତି । ଏହି ମହିଳାମାନେ ଏଥର ନିର୍ୱାଚନରେ ସେମାନଙ୍କୁ ଜବାବ ଦେବେ । ଆରଜେଡି କେବେ ମହିଳାଙ୍କୁ ଆଗକୁ ଛାଡୁ ନଥିଲା । ଗରିବ, ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ପରେ କଂଗ୍ରେସ ଅପମାନିତ କରିଛି । ମାତୃଭୂମି ମାଆର ଅପମାନକୁ କେବେ ବରଦାସ୍ତ କରିବନି ।










