ଭୁବନେଶ୍ୱର: କଂଗ୍ରେସର ଦିଲ୍ଲୀ ପ୍ରେସମିଟକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଟାର୍ଗେଟ କରି ସରକାର ତ୍ୱରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ଏକ୍ସରେ ଲେଖିଛନ୍ତି । ଆହୁରି ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ମେଡିକାଲ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି । ଯୋଗାଯୋଗରେ ରହି ନିଜେ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି । ବୋଧହୁଏ ମହିଳା ନିର୍ଯାତନା ନେଇ କଂଗ୍ରେସର କଳା ଇତିହାସ ଜଣା ନାହିଁ । ସରକାର ଅଭିଯୁକ୍ତ ଉପରେ ନା ନରମ ହେବ ନା ଖସିଯିବାର ସୁଯୋଗ ଦେବ । କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡିବା ବନ୍ଦ କରୁ ।










