17.1 C
Bhubaneswar
Saturday, January 17, 2026
Homeଦେଶ ବିଦେଶଇଣ୍ଡିଆ ମେଣ୍ଟକୁ ବଡ ଝଟ୍‌କା ଦେଲା କଂଗ୍ରେସ

ଇଣ୍ଡିଆ ମେଣ୍ଟକୁ ବଡ ଝଟ୍‌କା ଦେଲା କଂଗ୍ରେସ

ନୂଆଦିଲ୍ଲୀ: ହରିଆଣା ଏବଂ ମହାରାଷ୍ଟ୍ରରେ ମିଳିଥିବା ପରାଜୟଜନିତ ଗ୍ଳାନିରୁ କଂଗ୍ରେସ ଏପର୍ଯ୍ୟନ୍ତ ବାହାରିପାରିନାହିଁ। ଏସବୁ ମଧ୍ୟରେ ପରାଜୟ ପାଇଁ ସହଯୋଗୀ ଦଳଗୁଡ଼ିକ କଂଗ୍ରେସକୁ ଦୋଷାରୋପ କରିବା ବା ଦାୟୀ କରିବାକୁ ନେଇ କଂଗ୍ରେସ ନେତାମାନେ ବେଶ୍ ବ୍ୟଥିତ ହୋଇପଡିଛନ୍ତି। ଏସବୁ ମଧ୍ୟରେ ୨୦୨୫ରେ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ କିଛି ସ୍ୱତନ୍ତ୍ର ପ୍ରସ୍ତୁତି କରୁଥିବା ଜଣାପଡିଛି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ କଂଗ୍ରେସ ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଅନ୍ୟ କୌଣସି ଦଳ ସହ ହୁଏତ ମେଣ୍ଟ କରିବାକୁ ଚାହୁଁନାହିଁ। ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ ଏସମ୍ପର୍କରେ ଆଜି ଆଭାସ ଦେଇଛନ୍ତି। ଦେବେନ୍ଦ୍ର ଯାଦବ କହିଛନ୍ତି,୨୦୨୫ ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପାଇଁ ପ୍ରାୟ ତିନି ମାସ ବାକି ଅଛି। କଂଗ୍ରେସ ଏବେ ନିଜର ସ୍ଥିତିକୁ ଦୃଢ କରିବାରେ ବ୍ୟସ୍ତ ଅଛି। କଂଗ୍ରେସ ରାଜ୍ୟର ସମସ୍ତ ୭୦ଟି ଯାକ ବିଧାନସଭା ଆସନରେ ନିର୍ବାଚନ ଲଢିବ। ବିଧାନସଭା ନିର୍ବାଚନ ପାଇଁ କୌଣସି ଦଳ ସହ କଂଗ୍ରେସ ମେଣ୍ଟ କରିବ ନାହିଁ। କଂଗ୍ରେସ ଏକାକୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଦିଲ୍ଲୀରେ କଂଗ୍ରେସର କୌଣସି ସହଯୋଗୀ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ ଏବଂ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଇଣ୍ଡିଆ ମିଳିତ ମଞ୍ଚର ଦୁଇ ପ୍ରମୁଖ ସହଯୋଗୀ ଦଳ ହୋଇଥିବା ବେଳେ କଂଗ୍ରେସ ଏବେ ଏଠାରେ ଏକାକୀ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିବା ଇଣ୍ଡିଆ ସହଯୋଗୀ ଦଳକୁ ଏକ ବଡ ଝଟ୍‌କା ସଦୃଶ ହୋଇଛି। ଏତଦ୍‌ବ୍ୟତୀତ ଦେବେନ୍ଦ୍ର ଯାଦବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ସେନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି। ଯାଦବଙ୍କ କହିବାନୁସାରେ ନିର୍ବାଚନ ଜିତିବା ପରେ ହିଁ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବ। କଂଗ୍ରେସ ଯେପରି ଅନ୍ୟ ପ୍ରତ୍ୟେକ ରାଜ୍ୟରେ କରିଆସିଛି, ଏଠାରେ ମଧ୍ୟ ସମାନ ଆଭିମୁଖ୍ୟ ରହିବ। ଆଗରୁ କିଛି ଘୋଷଣା କରାଯିବ ନାହିଁ। ନିର୍ବାଚନରେ ବିଜୟ ପଞ୍ଜିକରଣ କରିବା ପରେ ହିଁ ବିଧାନସଭା ଦଳର ନେତା ଏବଂ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking