32.1 C
Bhubaneswar
Saturday, March 14, 2026
Homeଓଡିଶାଏଫଏମ କଲେଜ ଘଟଣାରେ ଅନୁଧ୍ୟାନ କମିଟି ଗଠନ କଲା କଂଗ୍ରେସ

ଏଫଏମ କଲେଜ ଘଟଣାରେ ଅନୁଧ୍ୟାନ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା । ଏଫଏମ କଲେଜ ଘଟଣାରେ ଅନୁଧ୍ୟାନ କମିଟି ଗଠନ କଲା କଂଗ୍ରେସ । ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଅଧକ୍ଷତାରେ କମିଟି ଗଠନ କରାଯାଇଛି । ମୋଟ ୮ ଜଣିଆ କମିଟିରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ସାମିଲ ଅଛନ୍ତି । କମିଟି ବାଲେଶ୍ୱର ଗସ୍ତ କରି ଅନୁଧ୍ୟାନ କରି ରିପୋର୍ଟ ଦେବ । ବାଲେଶ୍ବର ଘଟଣାରେ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌।

ସରକାରଙ୍କୁ ପିସିସି ସଭାପତି ଭକ୍ତ ଦାସଙ୍କ ଟାର୍ଗେଟ କରି କହିଛନ୍ତି କଂଗ୍ରେସ ପକ୍ଷରୁ ଘଟଣାକୁ ନେଇ ଆନ୍ଦୋଳନ କରାଯାଉଛି । ଠିକ ଢଙ୍ଗରେ ଘଟଣାର ତଦନ୍ତ ହେବାର ଆବଶ୍ୟକତା ରହିଛି । ମହିଳା କଂଗ୍ରେସ ଆସନ୍ତାକାଲି ବାଲେଶ୍ୱର ଏଫଏମ କଲେଜ ଯିବ । ଛାତ୍ରୀ କାହିଁକି ଆତ୍ମହତ୍ୟା କଲା, ସମସ୍ତଙ୍କୁ ସେ ଅବଗତ କରିଥିଲା । କାହିଁକି ଛାତ୍ରୀଙ୍କ ଅଭିଯୋଗକୁ ହାଲୁକା ଭାବେ ନିଆଗଲା ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ । ଅନ୍ୟପଟେ ବର୍ଷିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି। କହିଛନ୍ତି ଛାତ୍ରୀଙ୍କୁ ଏଚଡି ସମୀର ସାହୁ ବାରମ୍ବାର ନିର୍ଯାତନା ଦେଇଛନ୍ତି। ସେହି କଲେଜରେ ସ୍ଥାୟୀ ପ୍ରିନ୍ସିପାଲ୍‌ ନାହାନ୍ତି। ଛାତ୍ରୀ ସେଠିକାର ବିଧାୟକ, ସାଂସଦ ପୋଲିସକୁ କହିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଛାତ୍ରୀଙ୍କୁ ବାଧ୍ୟ କରାଯାଇଛି ଆତ୍ମାହୁତି ଦେବାକୁ। ଏଥିରେ ଯେଉଁମାନେ ସଂପୃକ୍ତ ଅଛନ୍ତି ତାଙ୍କୁ ଦଣ୍ଡ ମିଳୁ।।

ବାଲେଶ୍ୱର ଘଟଣା: ଏନସିଡବ୍ଲୁଙ୍କ ହସ୍ତକ୍ଷେପ

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking