ଭୁବନେଶ୍ୱର: ଗୋପାଳପୁର ଠାରେ ହୋଇଥିବା ଜଘନ୍ୟ ଗଣବଳାତ୍କାର ଏବଂ ରାଜ୍ୟ ରେ ଆକସ୍ମିକ ଭାବରେ ଶତାଧିକ ମହିଳା ,ଶିଶୁ ନିଖୋଜ ହେବା ଓ ରାଜ୍ୟ ରେ ମହିଳା ଙ୍କ ପ୍ରତି ବଢୁଥିବା ଅତ୍ୟାଚାର କୁ ନେଇ ନିଜ ଚିନ୍ତା ପ୍ରକଟ କରି ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାଜୁର୍ନ ଖଡଗେ ପରିସ୍ଥିତିକୁ ଅନୁସନ୍ଧାନ କରିବା ନିମନ୍ତେ ଗଠନ କରିଛନ୍ତି ତଥ୍ୟ ଅନୁଧ୍ୟାନ କାରି ଦଳ । ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷା ଦିପା ଦାସମୁନସୀ ଆବାହକତ୍ୱରେ ୪ ଦିନିଆ ଓଡିଶା ଗସ୍ତରେ ଆସିଥିବା ୫ ଜଣିଆ ତଥ୍ୟ ଅନୁଧ୍ୟାନ କାରୀ ଦଳର ନେତୃବୃନ୍ଦ ସାଂସଦ ରଞ୍ଜିତ ରଞ୍ଜନ, ସାଂସଦ ପ୍ରଣିତି ସିନ୍ଦେ,ଏସ ଯୋଥିମଣି ,ପୂର୍ବତନ ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷା ଶୋଭା ଓଜା ପ୍ରମୁଖ ଭୁବନେଶ୍ଵରରେ ପହଞ୍ଚିଥିବା ବେଳେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସେମାନଙ୍କୁ ସ୍ଵାଗତ କରିଥିଲେ।ଉକ୍ତ ଦଳ ଘଟଣା ସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରିବେ।ଉକ୍ତ ଦଳ ସହ ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି,ସସ୍ମିତା ବେହେରା,ବନ୍ଦିତା ପରିଡ଼ା,ସୋନାଲି ସାହୁ,ମନିଷା ଦାଶ ପଟ୍ଟନାୟକ,ଜୟଶ୍ରୀ ପାତ୍ର ପ୍ରମୁଖ ମହିଳା କଂଗ୍ରେସ ନେତୃବୃନ୍ଦ ଆଜି ପ୍ରଥମ ଦିନରେ ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସ୍ଥଳ ପରିଦର୍ଶନ କରିବେ।