29.1 C
Bhubaneswar
Tuesday, March 31, 2026
Homeଓଡିଶାଧାନ କିଣାରେ ବିରାଟ ଘୋଟଲାର ପର୍ଦାଫାଶ କଲା କଂଗ୍ରେସ

ଧାନ କିଣାରେ ବିରାଟ ଘୋଟଲାର ପର୍ଦାଫାଶ କଲା କଂଗ୍ରେସ

ଭୁବନେଶ୍ୱର: ଚଳିତ ଖରିଫ ଋତୁର ଧାନ କିଣାରେ ଏକ ବଡ ଧରଣର ଘୋଟଲାର ପର୍ଦାଫାଶ କରିଛି କଂଗ୍ରେସ l ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କିଷାନ କଂଗ୍ରେସ ସଭାପତି ଶ୍ରୀ ଅଭୟ କୁମାର ସାହୁ ଓ କଂଗ୍ରେସ ନେତା ନେତା ଶ୍ରୀ ସୁଦର୍ଶନ ଦାସ ମିଲର, ଯୋଗାଣ ବିଭାଗର ମନ୍ତ୍ରୀ ଓ ଅଧିକାରୀ ମାନଙ୍କ ମଧୁ ଚନ୍ଦ୍ରିକାରେ କେମିତି କୋଟି କୋଟି ଟଙ୍କାର ଲୁଟ ହେଉଛି ତାର ପର୍ଦାଫାଶ କରିଥିଲେ l

ପ୍ରଥମ ପର୍ଯ୍ୟାୟରେ ମିଳିଥିବା ଟୋକନର ଶତ ପ୍ରତିଶତ ଧାନ ଚାଷୀଙ୍କ ଠାରୁ କିଣାଗଲା, ଯାହାର ସଂଖ୍ୟା ଗୋଟିଏ ସେବା ସମବାୟ ସମିତି ଅଧୀନରେ ପଞ୍ଜିକୃତ ସମଗ୍ର ଚାଷୀଙ୍କ ସଂଖ୍ୟାର 10%, ପରେ 30% ପ୍ରତିଶତ ଚାଷୀଙ୍କ ଠାରୁ 80% ପ୍ରତିଶତ ଧାନ କିଣାଗଲା l ଏବେ 60% ଚାଷୀଙ୍କ ଠାରୁ ସେମାନଂକୁ ମିଳିଥିବା ଟାର୍ଗେଟର 50% ଧାନ କିଣାଯାଉଛି l ତଥାପି 1 ଲକ୍ଷ 13 ହଜାର ଚାଷୀ ଧାନ ବିକ୍ରୀକରି ନ ପାରିବାର ଆଶଙ୍କା ଭିତରେ ରହିଛନ୍ତି l ଚାଷୀଙ୍କ ଏହି ଅସହାୟତର ସୁଯୋଗ ନେଇ ମିଲର ମାନେ ଯୋଗାଣ ବିଭାଗର ଅଧିକାରୀ, ସେବା ସମବାୟ ସମିତିର ସମ୍ପାଦକ ଓ ରାଜନେତା ମାନଙ୍କୁ ହାତ ବାରିଶି କରି 80:20 ର ଫନ୍ଦି କରିଛନ୍ତି l ଏହି ଫନ୍ଦି ଅନୁସାରେ ଚାଷୀଙ୍କୁ କୁହାଯାଉଛି ଯେ ତୁମ ସମସ୍ତଙ୍କ ଧାନ ନିଆଯିବ l କିନ୍ତୁ 80:20 ଫର୍ମୁଲାରେ l ଅର୍ଥାତ ଚାଷୀ ଯେଉଁ ଧାନ ଦେବ ସେଥିରେ ଆଉ 20% ଅଧିକ ଯୋଡି ତାଙ୍କ ଖାତା କୁ ଟଙ୍କା ଯିବ l ଚାଷୀ ସେ ଦେଇଥିବା 80%ଧାନର ଟଙ୍କା ରଖି ଆଉ 20% ଧାନର ମୂଲ୍ୟକୁ ମିଲରକୁ ଫେରାଇବେ l ଏହି ଆଧାରରେ ଜଳେଶ୍ୱରର ଗୋଟିଏ ସେବା ସମବାୟ ସମିତିରେ ପାଖାପାଖି 46 ଲକ୍ଷ 50 ହଜାର ଟଙ୍କାର ଘୋଟଲା ହୋଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି l ରାଜ୍ୟରେ ଥିବା 4277 ଟି ସେବା ସମବାୟ ସମିତି ମଧ୍ୟରୁ ଅଧିକାଂଶ ସେବା ସମବାୟ ସମିତି ଗୁଡିକରେ ଏହି ଭଳି ଅଭିନଵ ଢଙ୍ଗରେ ହଜାର ହଜାର କୋଟି ଟଙ୍କାର ଘୋଟଲା ଚାଲିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି l

ସେହି ପରି କଟଣୀ ଛଟଣୀ ସମସ୍ୟା ବିଜେପି ସରକାର ସମୟରେ ଅଧିକ ଉତ୍କଟ ହୋଉଛି l ମିଲର ମାନେ ମନଇଛା ଚାଷୀଙ୍କ ଠାରୁ ଧାନ କାଟୁଛନ୍ତି l କୁଇଣ୍ଟାଲ ପିଛା 10 /11 କେଜି କାଟିବାର ନଜିର ଦେଖିବାକୁ ମିଳୁଛି l ମନ୍ତ୍ରୀଙ୍କ ବିବୃତି ଅନୁସାରେ ଯଦି ବର୍ତମାନ ସୁଦ୍ଧା 76 ଲକ୍ଷ 84 ହଜାର ମେଟ୍ରିକ ଟନ ଧାନ କିଣା ଯାଇଛି l ଯଦି କୁଇଣ୍ଟାଲ ପିଛା ହାରାହାରି 8 କେଜି ଲେଖାଏଁ ଧାନ କଟାଯାଇଥିବ ତେବେ 6 ଲକ୍ଷ ମେଟ୍ରିକ ଟନ ଧାନ ଅଧିକ ଚାଷୀଙ୍କ ଠାରୁ ନିଆଯାଇଛି ଯାହାର ମୂଲ୍ୟ 1500 କୋଟିରୁ ଅଧିକ ହେବ l ଧାନ କିଣାରେ ଏହି ମହା ଦୁର୍ନୀତି ମିଲର ଦ୍ୱାରା ଏବଂ ଯୋଗାଣ ବିଭାଗର ମନ୍ତ୍ରୀଙ୍କ ଗୋଚରରେ ହେଉଛି ଏବଂ ସେଥିରେ ମନ୍ତ୍ରୀ, ଅଫିସର ଓ ଶାସକ ଦଳର ନେତାଙ୍କ ସମ୍ପୃକ୍ତି ଓ ଭାଗ ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି l ଏହି ମହା ଘୋଟଲା ବିରୁଦ୍ଧରେ ତଥା ଓଡ଼ିଶାର ସବୁ ଚାଷୀଙ୍କ ଠାରୁ ଧାନ କିଣିବା ଦାବି ନେଇ କଂଗ୍ରେସ ଏପ୍ରିଲ ମାସରେ ଆନ୍ଦୋଳନ କରିବ ବୋଲି ଶ୍ରୀ ସାହୁ ଓ ଶ୍ରୀ ଦାସ ଘୋଷଣା କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking