18.1 C
Bhubaneswar
Sunday, February 8, 2026
Homeଓଡିଶାଚାଷୀଙ୍କୁ ଆବଶ୍ୟକ ମୁତାବକ ଉପଯୁକ୍ତ ବିହନ ୯୦ ପ୍ରତିଶତ ରିହାତି ମୂଲ୍ୟରେଠକି ଣା ସମୟରେ ଯୋଗାଇଦେବାକୁ...

ଚାଷୀଙ୍କୁ ଆବଶ୍ୟକ ମୁତାବକ ଉପଯୁକ୍ତ ବିହନ ୯୦ ପ୍ରତିଶତ ରିହାତି ମୂଲ୍ୟରେଠକି ଣା ସମୟରେ ଯୋଗାଇଦେବାକୁ କଂଗ୍ରେସର ଦାବୀ

ଭୁବନେଶ୍ୱର: ରାଜ୍ୟର ଦୁଇଟି ସରକାରରେ ଦୀର୍ଘ ୨୫ ବର୍ଷ ମଧ୍ୟରେ ବିହନ ଉତ୍ପାଦନ କ୍ଷେତ୍ରରେ ଅନ୍ୟ ରାଜ୍ୟଭଳି ଓଡ଼ିଶା ସ୍ୱାବଲମ୍ବୀ ହୋଇ ପାରିଲାନାହିଁ। ବିହନଗ୍ରାମ ଯୋଜନାରେ ଏହି ଦିଗରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ କ’ଣ ପାଇଁ ଓଡିଶ଼ । ବିହନ ଉତ୍ପାଦନରେ ପଛରେ ପଡିଛ଼ ି ତାହାର ମଧ୍ୟ ସମୀକ୍ଷା କରାଯାଉନାହିଁ । ଖରିଫ୍‌ହେଉ କି ରବି ହେଉ ସମୟ ଆସିଲେ ସରକାରଙ୍କ କ୍ଷଣିକ ତତ୍ପରତା ପ୍ରକାଶ ପାଏ। କୃଷି ବିଭାଗର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ବଡ଼ ଅଧିକାରୀମାନେ ମାଳ ମାଳ କଥା ଘୋଷଣା କରନ୍ତି। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଫଳରେ ଚାଷୀ ଠିକଣା ସମୟରେ ବିହନ ପାଇବା ତ ଦୂରର କଥା ବହୁ ସମୟରେ ନକଲି ବିହନର ସମ୍ମୁଖିନ ହୁଏ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ କଂଗ୍ରେସ ପକ୍ଷରୁ କହିଛନ୍ତି। ନିକଟରେ ମାନ୍ୟବର ମନ୍ତ୍ରୀ, ବିଭାଗୀୟ ଅଧିକାରୀ ଖରିଫ୍ ଚାଷ ପାଇଁ ବିହନ ଯୋଗାଣକୁ ସୁବିଧା କରିବା କଥା ଯାହା କହିଛନ୍ତି, ତାହା କେତେଦୂର କାର୍ଯ୍ୟକାରୀ ହେବ ଏହା ମଧ୍ୟ ପ୍ରଶ୍ନବାଚୀ।

କାରଣ ବିଗତ ଦିନରେ ଆଳୁ ମିଶନ୍ ଫେଲ୍‌ଠାରୁ ଗତ ରବିରେ ଆଳୁ ଚାଷ ପାଇଁ ଯେଉଁ ସର୍ବବୃହତ ପ୍ରତିଶ୍ରୁତି ଦିଆଯାଇଥିଲା ଏବେ ରାଜ୍ୟରେ କେତେ ଆଳୁ ଫଳିଛି ଏବଂ ସଂରକ୍ଷଣ ପାଇଁ କ’ଣ ବ୍ୟବସ୍ଥା କରାଯାଇଛି ଏହା ସମସ୍ତଙ୍କୁ ଢେର ଜଣା ପଡ଼ିଲାଣି। କାଳ ବିଳମ୍ବ ନକରି ସରକାର ଓ ପ୍ରଶାସନ ଆନ୍ତରିକତାର ସହିତ ସମସ୍ତ ଚାଷୀଙ୍କୁ ଆବଶ୍ୟକ ମୁତାବକ ଉପଯୁକ୍ତ ବିହନ ୯୦ ପ୍ରତିଶତ ରିହାତି ମୂଲ୍ୟରେ ଠିକଣା ସମୟରେ ଯୋଗାଇ ଦେବାକୁ ପ୍ରଦେଶ କିଷାନ କଂଗ୍ରେସ ତରଫରୁ ସରକାରଙ୍କ ନକି ଟରେ ଦଢୃ ଼ ଦାବୀ କରାଯାଇଛ।ି ଯଦି ଅକ୍ଷୟ ତୃତୀୟା ପୂର୍ବରୁ ପ୍ରତି ପଞ୍ଚାୟତସ୍ତରରେ ବିହନ ମହଜୁଦ ନ ରହେ ଏଥିପାଇଁ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉମେଶ ସାହୁ, ସାନନ୍ଦ ମିଶ୍ର, ସ୍ୱପ୍ନେଶ୍ୱର ପୃଷ୍ଟି, ପି. ଦେବେନ୍ଦ୍ର କୁମାର ରାଓ, ଧ୍ରୁବ ଚରଣ ପରିଡ଼ା, ବୃନ୍ଦାବନ ଖଟେଇ, ପଦ୍ମ ଚରଣ ସାହୁ, ନୂତନ ତ୍ରିପାଠୀ, ବସନ୍ତ କୁମାର ପରିଡ଼ା, ଦାଶରଥି ସାହୁ, ସଦାନନ୍ଦ ଓଝା, ବିପ୍ରବର ସାହୁ ପ୍ରମୁଖ ଜିଲ୍ଲା କିଷାନ କଂଗ୍ରେସ କର୍ମକର୍ତାମାନେ ଅନୁରୂପ ଭାବେ ଦୃଢ଼ ଦାବୀ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking