27.1 C
Bhubaneswar
Wednesday, March 18, 2026
Homeଓଡିଶାଡିସେମ୍ବର ୪ରେ ଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର

ଡିସେମ୍ବର ୪ରେ ଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର

ଭୁବନେଶ୍ୱର: ଆଜି କୃଷକମାନଙ୍କ ବିଭିନ୍ନ ସମସ୍ୟାକୁ ବିଶେଷତଃ ମଣ୍ଡି ଖୋଲିବାକୁ ନେଇ କଂଗ୍ରେସ କିଷାନସେଲ ପକ୍ଷରୁ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦ୍ଖଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀରେ ରାଜ୍ୟ କିଷାନ ସେଲ ଅଧ୍ୟକ୍ଷ ଅଭୟ ସାହୁ କହିଥିଲେ, ରାଜ୍ୟର ବିଜେପି ସରକାରଙ୍କର କଥା ପ୍ରବଳ କାମ ଦୁର୍ବଳ । ପ୍ରତିଦିନ ମନ୍ତ୍ରୀ ପରେ ମନ୍ତ୍ରୀ କହିଚାଲିଛନ୍ତି ମଣ୍ଡି ଆଜି ଖୋଲୁଛି ମଣ୍ଡି କାଲି ଖୋଲିବ । କିନ୍ତୁ ଆଜି ସୁଦ୍ଧା ମଣ୍ଡି ଖୋଲି ପାରିଲା ନାହିଁ । ଧାନଚାଷର ପ୍ରାଣ କେନ୍ଦ୍ର ବରଗଡ଼ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପ୍ରାୟ ୪୦ ରୁ ୫୦ ଭାଗ ଧାନ ଅମଳ ସରିଲାଣି । ଚାଷୀ ଏପର୍ଯ୍ୟନ୍ତ ଧାନ ମଣ୍ଡିରେ ପୈଠ କରିବାପାଇଁ ଅସମର୍ଥ । ଆହୁରି ଦୁଃଖ ହେଉଛି ଅନେକ ଚାଷୀ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଟୋକନ ପାଇ ନାହାନ୍ତି ।  ଏ ସରକାର ପଞ୍ଜିକରଣ କରିବାପାଇଁ ଅସମର୍ଥ, ଏ ସରକାର ଟୋକନ ଦେବାପାଇଁ ଅସମର୍ଥ ।

ବରଗଡ଼ ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ଟୋକନରୁ ବଞ୍ôଚିତ ଚାଷୀମାନେ ଆନ୍ଦୋଳନରତ ଅଛନ୍ତି । ସରକାର ଏବଂ ସରକାରୀ କଳର ନିଘାଥିଲା ପରି ବୁଝାପଡ଼ୁ ନାହିଁ । ମଣ୍ଡିତ ଖୋଲିପାରି ନାହିଁ ଅନ୍ୟ ପକ୍ଷରେ ସରକାର ଆଦର୍ଶ ମଣ୍ଡି ଖୋଲିବାରେ ଡିଣ୍ଡିମ ପିଟିଚାଲିଛନ୍ତି । ଆଜି ଗୋଟିଏ ନୂଆ ଭାଷଣ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ । କେନ୍ଦ୍ର ସରକାର ୮ଲକ୍ଷ ମେଟ୍ରିକ ଟନ ଧାନ ଓଡ଼ିଶାରୁ କିଣିବେ ବୋଲି ଘୋଷଣା କରିବାରୁ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏ ଅର୍ଥଶୂନ୍ୟ ଫମ୍ପା ଆବାଜ ମଣ୍ଡି ଖୋଲିନଥିଲା ବେଳେ କେତେଦିନ ଯାଏଁ ସନ୍ତୁଷ୍ଟ କରିବ ଚାଷୀମାନଙ୍କୁ । ଆଜି ବିଧାନସଭା ଅଧିବେସନ ଆରମ୍ଭ ମହାମହୀମ ରାଷ୍ଟ୍ରପତି ବିଧାନସଭାରେ ଅଭିଭାଷଣ ରଖିବେ । ରାଜ୍ୟର ଚାଷୀ ଓ ଚାଷର ସମସ୍ୟା ଓ ରାଜ୍ୟ ସରକାର ସେ ସମସ୍ୟାକୁ ପୂରଣ କରିବାରେ ଅସମର୍ଥ ସେଥିରେ ସ୍ଥାନ ପାଇବବୋଲି ଆଶା କରୁଛୁ ।

ଯୁଦ୍ଧ କାଳୀନ ଭିତିରେ ମଣ୍ଡି ଖୋଲନ୍ତୁ ରାଜ୍ୟ ସରକାର ଧାନ ସଂଗ୍ରହ କରନ୍ତୁ । ମଣ୍ଡିରେ କଟ୍‌ଣୀ ଛଟଣୀ ଏଫଏକ୍ୟୁ ମାନ ନିର୍ଦ୍ଧାରଣ ସହିତ ସମସ୍ତ ଅବବ୍ୟସ୍ଥା ଦୂର କରନ୍ତୁ ।  ସମସ୍ଥ ଅବବ୍ୟସ୍ଥା ଦୂରକରନ୍ତୁ । ଚଳିିତବର୍ଷ କେନ୍ଦ୍ର ସରକାର କ୍ୟୁଂଟାଲ ପିଛା ବୃଦ୍ଧି କରିଥିବା ୬୯ଟଙ୍କା ବୋନସ ସହିତ ଚାଷୀକୁ ପ୍ରାପ୍ୟ ଅର୍ଥ ପ୍ରଦାନ କରନ୍ତୁ । କୌଣସି ହଇରାଣ ଓ ହରକତକୁ ବରଦାସ୍ତ କରାଯିବ ନାହିଁ ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ ସରକାରଙ୍କୁ ଚେତାବନୀ ଦେଇଥିଲେ । ଜାତୀୟ କଂଗ୍ରେସ କିଷାନ ସେଲ ସମ୍ପାଦକ ଅମୀୟ ପଟ୍ଟନାୟକ ଦାବୀ ଜଣାଇଥିଲେ ଯେ, ପ୍ରଦେଶ କିଷାନ କଂଗ୍ରେସର ଘୋଷଣା କରୁଛି ଚାଷୀର ସମସ୍ତ ବଳକା ଧାନ ସରକାର ସଂଗ୍ରହ କରନ୍ତୁ ।  ୫୫ ବର୍ଷପରେ ଚାଷୀ ଓ ଭାଗଚାଷୀଙ୍କୁ ୧୦ ହଜାର ଟଙ୍କା ମାସିକ ପେନସନ ବିଧେୟକ ଚଳିତ ବିଧାନସଭାରେ ଆଣନ୍ତୁ । ଫସଲବୀମାରେ ଥିବା ଅସଗଂତୀକୁ ଦୂରକରି ଚାଷୀ ପରିବାରର ସ୍ୱାସ୍ଥ୍ୟବୀମା ଲାଗୁ କରନ୍ତୁ ବୋଲି ପ୍ରକାଶ କରିଛନ୍ତି l

ଏହି ତିନିଗୋଟି ପ୍ରମୁଖ ଦାବିକୁ ନେଇ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଡିସେମ୍ବର-୪ ଗୁରୁବାର ଦିନ ପ୍ରତ୍ୟେକ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ଉପରୋକ୍ତ ଦାବିଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବାର ପ୍ରତିଶ୍ରୁତି ଓ ପଦକ୍ଷେପ ନନେଲେ ଆନ୍ଦୋଳନ ତୀବ୍ର କରାଯିବ । ଏହା ସହିତ ଏମଏସପି ଗ୍ୟାରେଂଟି, ଏମଏସପି ୩ ହଜାର ଟଙ୍କାକୁ ବୃଦ୍ଧି, ପ୍ରତ୍ୟେକ ଗ୍ରାମପଞ୍ଚାତରେ ଗୋଦାମଘର ନିର୍ମାଣ ଓ ଏଫସିଆଇ ଦ୍ୱାରା ଚାଉଳ କ୍ରୟ କରାଯିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କଂଗ୍ରେସ କିଷାନ ସେଲ ପକ୍ଷରୁ ଦାବି କରାଯାଇଥିଲା ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କିଷାନ ସେଲ ଉପାଧ୍ୟକ୍ଷ ଡ. କାର୍ତ୍ତିକ ଚନ୍ଦ୍ର ବରାଳ, କୃଷକ ନେତା ଅରୁଣ ଜେନା, ନିମାଇଁ ରାଉତରାୟ, ସୂର୍ଯ୍ୟ ମହାନ୍ତି, ଅଧିର ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking