14.1 C
Bhubaneswar
Friday, January 16, 2026
Homeଓଡିଶାରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛି କଂଗ୍ରେସ : ଭକ୍ତ ଦାସ

ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛି କଂଗ୍ରେସ : ଭକ୍ତ ଦାସ

ଭୁବନେଶ୍ୱର: ଚୌଦ୍ୱାର ମଙ୍ଗୁଳି ଠାରେ ରେଳ ଦୁର୍ଘଟଣା ଖବର ପାଇ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଶ୍ରୀଯୁକ୍ତ ଦାସ ଦୁର୍ଘଟଣାସ୍ଥଳର ପରିସ୍ଥିତି ଅନୁଧ୍ୟାନ କରି ନିଜ ପ୍ରତିକ୍ରିୟାରେ କହିଛନ୍ତି କି ଆଜିର ରେଳ ଦୁର୍ଘଟଣାରେ ମୁଁ ଗଭୀର ମର୍ମାହତ। ସାରା ଭାରତରେ ବିଶେଷ କରି ଓଡ଼ିଶାରେ ବାରମ୍ବାର ରେଳ ଦୁର୍ଘଟଣା ଘଟୁଛି। ବହୁମୂଲ୍ୟବାନ ଜୀବନ ଯିବା ସହ ଧନସମ୍ପତି ନଷ୍ଟ ହେଉଛି। ରେଳକର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଏଭଳି ରେଳଦୁର୍ଘଟଣା ବାରମ୍ବାର ଘଟୁଛି। ରେଳ ଦୁର୍ଘଟଣା ରୋକିବା ପାଇଁ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହି ରେଳମନ୍ତ୍ରୀଙ୍କ ସମୟରେ ଭାରତ ବର୍ଷରେ ସବୁଠାରୁ ଅଧିକ ଭୟଙ୍କର ଓ ମର୍ମନ୍ତୁଦ ରେଳଦୁର୍ଘଟଣା ଘଟୁଛି। ରେଳମନ୍ତ୍ରୀ ଏଭଳି ଘଟଣାରେ ନିଜର ଉତର ଦାୟିତ୍ୱ ଦେଖାଉନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଏହି ଅବସରରେ ଶ୍ରୀଯୁକ୍ତ ଦାସ ମୃତକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଏବଂ ରେଳବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ତୁରନ୍ତ ନ୍ୟାୟୋଚିତ ଅନୁକମ୍ପାମୂଳକ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବୀ ରଖିଛନ୍ତି। ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିବା ସହିତ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତୁ। ଆଜିର ରେଳଦୁର୍ଘଟଣା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀଯୁକ୍ତ ଦାସ ଦାବି କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking