18.1 C
Bhubaneswar
Monday, February 9, 2026
Homeଓଡିଶାକାକଟପୁର ବ୍ରାଂଚ କେନାଲରେ ଯୁଦ୍ଧକାଳୀନ ଭିତିରେ ପାଣି ଯୋଗାଇ ଦେବାକୁ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ...

କାକଟପୁର ବ୍ରାଂଚ କେନାଲରେ ଯୁଦ୍ଧକାଳୀନ ଭିତିରେ ପାଣି ଯୋଗାଇ ଦେବାକୁ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ କଂଗ୍ରେସ ପକ୍ଷରୁ ଦାବୀପତ୍ର

ଭୁବନେଶ୍ୱର: କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାର କଂଟାପଡ଼ା, ନିଆଳୀ, ନାଉଗାଁ, ନିମାପଡ଼ା, କାକଟପୁର, ଅସ୍ତରଙ୍ଗ ବ୍ଳକ ଅଂଚଳର ପ୍ରାୟ ୯୦ ପ୍ରତିଶତ ଚାଷଜମି ଶୁଖିଲା ପଡ଼ିଛି । ବିଶେଷ କରି ଅସ୍ତରଙ୍ଗ ବ୍ଳକର ସବୁ ପଂଚାୟତର ଚାଷ ଜମି ଶୁଖିଲା । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଏହି ଅଂଚଳରେ ଚାଷ କାର୍ଯ୍ୟ ଅଗ୍ରଗତି କରି ପାରୁନାହିଁ । ଚାଷୀକୁଳ ବହୁ ଦୁଶ୍ଚିନ୍ତାରେ । ଜଳସେଚନ ପାଇଁ କେନାଲ ସୁବିଧା ଥିଲେ ମଧ୍ୟ ଅଦ୍ୟାବଧି ତଳମୁଣ୍ଡକୁ ପାଣି ପହଂଚି ପାରୁନାହିଁ । ଅନେକ ସ୍ଥାନରେ କେନାଲ ସଫେଇ କାର୍ଯ୍ୟ ଏବେ ବି ଚାଲିଛି । କେନାଲ ପାଣିରେ ଭାଷି ଆସୁଥିବା ପ୍ରଚୁର ଦଳ ଯୋଗୁଁ ତଳମୁଣ୍ଡର ୧୦ କିଲୋମିଟର ବ୍ୟାପୀ କେନାଲରେ ପାଣି ଯାଇ ପାରୁନାହିଁ ।

ଏବେ ବି ଉପରମୁଣ୍ଡରୁ ଯେଉଁ ପରିମାଣର ପାଣି ଆସୁଛି ତାହା ସମୁଦ୍ରକୁ ଶଙ୍ଖେ । ଏହି ପରିସ୍ଥିତିର ଆଶୁ ସମାଧାନ ପାଇଁ କଂଗ୍ରେସ ପକ୍ଷରୁ ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ପୁରୀ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ଅମିୟ କୁମାର ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିକାଶ ବିଭାଗ ଓ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଆଜି ଏକ ଦାବୀପତ୍ର ଦେଇଛନ୍ତି । ଏହି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଚାଷୀମାନଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ କାକଟପୁର ବ୍ରାଂଚ କେନାଲ ପ୍ରତାପନଗରୀଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ କେନାଲରେ ଯେତେଦୂର ସମ୍ଭବ ଦେଢ଼ ମିଟର ଉଚ୍ଚତାରେ ପାଣି ଯୋଗାଇବା, ଯୁଦ୍ଧକାଳୀନ ଭିତିରେ କେନାଲର ଅସମ୍ପୂର୍ଣ୍ଣ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ, କେନାଲ ପାଣିକୁ ଦଳମୁକ୍ତ, ଯେଉଁଠି କେନାଲ ଦୁର୍ବଳ ରହିଛି ସେହି ସବୁ ସ୍ଥାନଗୁଡ଼ିକୁ ସ୍ୱତନ୍ତ୍ର ଧ୍ୟାନ ଦେବା ଓ ଅଚଳ ଉଠା ଜଳସେଚନ ପଏଂଟ ଗୁଡିକୁ ସଚଳ କରାଯିବା ସହିତ ଆବଶ୍ୟକ ଥିବା ସ୍ଥାନଗୁଡ଼ିକରେ ନୂତନ ଉଠା ଜଳସେଚନ ପଏଂଟ ସ୍ଥାପନ କରିବାକୁ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବୀ କରିଛନ୍ତି । ଯଦି ଏହି ସମସ୍ୟାର ଆଶୁ ସମାଧାନ କରା ନ ଯାଏ ସଂପୃକ୍ତ ଅଂଚଳର କଂଗ୍ରେସ ନେତୃବୃନ୍ଦଙ୍କ ନେତୃତ୍ୱରେ ସମସ୍ତ କର୍ମୀ ଓ ଚାଷୀମାନଙ୍କୁ ନେଇ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking