34.1 C
Bhubaneswar
Tuesday, March 24, 2026
Homeଓଡିଶାରାଜ୍ୟର ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦାବି...

ରାଜ୍ୟର ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦାବି କଲା କଂଗ୍ରେସ

ଭୁବନେଶ୍ଵର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଆଜି ସଂନ୍ଧ୍ୟାରେ ପ୍ରଦେଶ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଧୂତ କରି କହିଥିଲେ ଯେ ରାଜ୍ୟରେ ମୋହନ ମାଝୀ ସରକାର ରାଜ୍ୟର ଶତକଡା ୫୪ ପ୍ରତିଶତ ପଛୁଆ ବର୍ଗର ଶିକ୍ଷିତ ଯୁବକ ଓ ଯୁବତୀଙ୍କ ଦାବିକୁ ପ୍ରତ୍ୟାଖାନ କରିବା ସହିତ ତାଙ୍କ ପ୍ରତି ଛଳନା କରିଛନ୍ତି। ସେ କହିଛନ୍ତି ଯେ ଆଜି ରାଜ୍ୟ କ୍ୟାବିନେଟ୍ ଏସ୍.ସି.ବି.ସି ବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କର ଅଣବୈଷୟିକ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାର ନିଷ୍ପତି ନେଇଛନ୍ତି। ଯାହାକୁ ସେ ଐତିହାସିକ ପଦକ୍ଷେପ ବୋଲି ଦାବି କରୁଛନ୍ତି ତାହା ଏକ ମିଛ ଛଳନା ଓ ବାହସ୍ପଟ ଛଡା ଅନ୍ୟ କିଛି ନୁହେଁ ।

ରାଜ୍ୟର ପଛୁଆ ବର୍ଗର ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କୁ ବୈଷୟିକ ଶିକ୍ଷା ଦେବା, ମେଡ଼ିକାଲ ଏଭ୍ୟୁକେସନ, ଇଞ୍ଜିନିୟରିଂ, ଏମ୍.ବି.ଏ., ଫାର୍ମାସି, ନସିଂ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି କରିଆସୁଛନ୍ତି । କିନ୍ତୁ ରାଜ୍ୟ ବିଜେପି ସରକାର ଏହି ସବୁ କ୍ଷେତ୍ରରେ କୌଣସି ସ୍ଥାନ ସଂରକ୍ଷଣ ପଛୁଆ ବର୍ଗର ଛାତ୍ର ଛାତ୍ରୀମାନଙ୍କ ପାଇଁ କଲେ ନାହିଁ । ଯାହାକି ତାଙ୍କ ପ୍ରତି ଏକ ଉପହାସ । ଏଣୁ ଯଥାଶିଘ୍ର ରାଜ୍ୟ ସରକାର ଏ ନିଷ୍ପତିକୁ ବଦଳାଇ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବୈଷୟିକ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗର ଯୁବକ ଓ ଯୁବତୀ ଙ୍କ ପାଇଁ ପ୍ରଦାନ କରନ୍ତୁ । ଯଦି ଏହି ଦାବିକୁ ସରକାର ନ ମାନନ୍ତି ତାହାଲେ ଆସନ୍ତା ତା. ୨୨ ଓ ୨୩ ତାରିଖ ମେ ମାସ ରାଜ୍ୟ କଂଗ୍ରେସର ସମସ୍ତ ନେତୃବର୍ଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହିତ ପ୍ରତିବାଦ କରିବ । ଯେ ପର୍ଯ୍ୟନ୍ତ ପଛୁଆ ବର୍ଗଙ୍କର ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବିକୁ ସରକାର ଗ୍ରହଣ କରି ନାହାନ୍ତି ସେ ପର୍ଯ୍ୟନ୍ତ ସରକାର ଏ ବିରୁଦ୍ଧରେ ଆନ୍ଦୋଳନ କରାଯିବା ସହିତ ଦୃଢ଼ ରାଜନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲାଲୁ, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ଶରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking