15.1 C
Bhubaneswar
Tuesday, December 16, 2025
Homeଓଡିଶାଜାତି ଜନଗଣନା ହେବା ନିଷ୍ପତି ର କ୍ୟାବିନେଟ୍ ମଞ୍ଜୁରୀ ନେଇ ବିଜୟ ଉତ୍ସବ ପାଳିଲା କଂଗ୍ରେସ

ଜାତି ଜନଗଣନା ହେବା ନିଷ୍ପତି ର କ୍ୟାବିନେଟ୍ ମଞ୍ଜୁରୀ ନେଇ ବିଜୟ ଉତ୍ସବ ପାଳିଲା କଂଗ୍ରେସ

ଭୁବନେଶ୍ୱର: ଆଜି ଜାତି ଜନଗଣନା ହେବ ବୋଲି କ୍ୟାବିନେଟ୍ ରେ ମଞ୍ଝୁରି ପାଇଛି।ଏହି ଜାତି ଜନଗଣନା କରିବା ପାଇଁ ବିରୋଧୀଦଳ ନେତା ତଥା ଜନନାୟକ ରାହୁଲ ଗାନ୍ଧୀ ସଂସଦ ଭିତରେ ଓ ବାହାରେ କ୍ରମାଗତ ଲଢେଇ ଜାରି ରଖିଥିଲେ।ବିଜେପି ଜାତି ଜନଗଣନା ସପକ୍ଷରେ ନଥିଲା।ରାହୁଲ ଗାନ୍ଧୀଙ୍କ ସ୍ୱର, ସଂଗ୍ରାମ ଓ ଆନ୍ଦୋଳନ କେନ୍ଦ୍ରର ମୋଦି ସରକାରଙ୍କ ପ୍ରବଳ ଚାପ ପକାଇଥିଲା।ଯାହାଫଳରେ ଆଜି ବିଜେପି ସରକାର ଜାତିଭିତ୍ତିକ ଜନଗଣନା ପାଇଁ ନିଷ୍ପତି ନେଇଛନ୍ତି।ଜାତି ଜନଗଣନା ପାଇଁ ରାହୁଲ ଗାନ୍ଧୀ ଯେଉଁ ସ୍ୱର ଉତ୍ତୋଳନ କରିଥିଲେ ସାରା ଦେଶବାସୀ ସ୍ୱର ମିଳେଇଛନ୍ତି ବୋଲି ମୋଦି ସରକାର ଅନୁଭବ କଲେ ଏବଂ ରାହୁଲ ଗାନ୍ଧୀଙ୍କ ଦାବିକୁ ଗ୍ରହଣ କଲେ।ଏଥି ସହ ୫୦ ପ୍ରତିଶତରେ ଅଟକି ଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଗାନ୍ଧୀଙ୍କ ଦାବି ଯଥାର୍ଥ ଏବଂ ଏଥିରେ ନିଷ୍ପେସିତ ,ପୀଡ଼ିତ ଓ ଅବହେଳିତ ଲୋକ ବିକାଶର ସୁଯୋଗ ନେଇପାରିବେ ବୋଲି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ପ୍ରେସ ବିଜ୍ଞପ୍ତି ରେ କହିଛନ୍ତି। ଏହି ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ମିଷ୍ଟାନ୍ନ ବଣ୍ଟନ ସହ ଏକ ବିଜୟ ଉତ୍ସବ ପାଳନ କରାଯାଇଥିଲା।ଏହି ବିଜୟ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ,ୟାସିର ନୱାଜ୍,ଉଦିତ ପ୍ରଧାନ,ପ୍ରକାଶ ମିଶ୍ର,ସୁଧାଂଶୁ ଦେଓ,ସିଦ୍ଧାର୍ଥ ସ୍ୱରୂପ ଦାଶ,ମିଲନ ପଟ୍ଟନାୟକ,ମହମ୍ମଦ ପରଭେଜ୍,ମିହିର ଆଚାର୍ଯ୍ୟ,ଦେବି ପ୍ରସାଦ ବାହାଲିଆ ପ୍ରମୁଖ ବହୁ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ର କର୍ମକର୍ତ୍ତା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking