27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶପ୍ରିୟଙ୍କାଙ୍କ ରାଲିରେ କଂଗ୍ରେସ-ବିଜେପି କର୍ମୀ ମୁହାଁମୁହିଁ

ପ୍ରିୟଙ୍କାଙ୍କ ରାଲିରେ କଂଗ୍ରେସ-ବିଜେପି କର୍ମୀ ମୁହାଁମୁହିଁ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ରାଲିରେ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉତ୍ପନ୍ନ ହୋଇଛି। ପ୍ରିୟଙ୍କା ସମ୍ପ୍ରତି ନାଗପୁର ଗସ୍ତରେ ଥିବା ବେଳେ ରବିବାର ସେ ଦଳୀୟ ପ୍ରାର୍ଥୀ ବଣ୍ଟି ଶେଲକେଙ୍କ ପାଇଁ ପ୍ରଚାର କରିଛନ୍ତି। ଏଥିପାଇଁ ପ୍ରିୟଙ୍କା ନାଗପୁର ସେଣ୍ଟ୍ରାଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଏକ ବିଶାଳ ରୋଡ୍ ସୋ କରିଥିଲେ। ତେବେ ପ୍ରିୟଙ୍କା ଗାନ୍ଧିଙ୍କ ରୋଡ୍ ଶୋ’ ଶେଷ ହେବାକୁ ଯାଉଥିବା ବେଳେ ବିଜେପି କର୍ମୀମାନେ ସେହି ଅଞ୍ଚଳର ଏକ ଛକରେ ପହଞ୍ଚିଥିଲେ। ସେମାନେ ଜୋରଦାର ସ୍ଲୋଗାନ ଦେଇଥିଲେ। ଏହାପରେ କଂଗ୍ରେସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ।

ଏହି ସମୟରେ ପୁଲିସ ଗୋଟିଏ ପଟେ କର୍ମୀଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଜେପି କର୍ମୀମାନେ ଦଳୀୟ ପତାକା ଦେଖାଇ ଶକ୍ତିଶାଳୀ ସ୍ଲୋଗାନ ଦେଇଥିଲେ। ସେମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ଯେଉଁ ଅଞ୍ଚଳରେ ଏହି ଘଟଣା ଘଟିଛି ତାହା କଂଗ୍ରେସ ମୁଖ୍ୟାଳୟ ନିକଟରେ ରହିଛି। ଏହି ଅଞ୍ଚଳରେ ବିଜେପି କର୍ମୀମାନେ ପ୍ରିୟଙ୍କା ଗାନ୍ଧିଙ୍କ ରୋଡ୍ ଶୋ’କୁ ବିରୋଧ କରିଥିଲେ। ବିଜେପି କର୍ମୀମାନେ ଦଳୀୟ ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରଥମେ ବିଜେପି କର୍ମୀମାନେ ସ୍ଥାନୀୟ ଘରଗୁଡ଼ିକର ଛାତରୁ ପତାକା ପ୍ରଦର୍ଶନ କରିଥିଲେ। ଏହାପରେ ସେମାନେ ରାସ୍ତାକୁ ଓହ୍ଲାଇଥିଲେ। କର୍ମୀମାନେ ବିବାଦୀୟ ସ୍ଲୋଗାନ ଦେଇଥିଲେ। ଫଳରେ ଉଭୟ ପକ୍ଷର କର୍ମୀମାନେ ଆକ୍ରମଣାତ୍ମକ ହୋଇପଡ଼ିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking