21.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶତ୍ରିପୁରାରେ ଭୟଙ୍କର ସ୍ଥିତି, ବିଜେପି କର୍ମୀଙ୍କୁ ଜନ୍ମଗତ ଦଙ୍ଗାକାରୀ କହିଲା କଂଗ୍ରେସ

ତ୍ରିପୁରାରେ ଭୟଙ୍କର ସ୍ଥିତି, ବିଜେପି କର୍ମୀଙ୍କୁ ଜନ୍ମଗତ ଦଙ୍ଗାକାରୀ କହିଲା କଂଗ୍ରେସ

ନୂଆଦିଲ୍ଲୀ :ପଞ୍ଚାୟତ ମତଦାନ ପୂର୍ବରୁ ତ୍ରିପୁରାରେ “ରାଜ୍ୟରେ ପ୍ରାୟୋଜିତ ହିଂସା” ଉପରେ କଂଗ୍ରେସ ମଙ୍ଗଳବାର ଦିନ ବିଜେପିକୁ ଟାର୍ଗେଟ କରି କହିଛି ଯେ ମଣିପୁରରେ ଦେଖାଯାଇଥିବା ଅଶାନ୍ତିର ପ୍ରତିଫଳନ କରି ରାଜ୍ୟ ଏକ ଦୁଖଦଃ ସ୍ତିତିରେ ଗତି କରୁଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ତ୍ରିପୁରାରେ ସରକାରୀ ପ୍ରାୟୋଜିତ ଆତଙ୍କବାଦ ଚାଲିଛି ଏବଂ ମନେ ହେଉଛି ଯେ ଏହି ଉତ୍ତର-ପୂର୍ବ ରାଜ୍ୟ ମଧ୍ୟ ମଣିପୁର ଭଳି ସଙ୍କଟ ଆଡକୁ ଗତି କରୁଛି।ପଞ୍ଚାୟତ ନିର୍ବାଚନ ଘୋଷଣା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ତ୍ରିପୁରାରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ପର୍ୟ୍ୟବେକ୍ଷକ ଭାବରେ ଲୋକସଭା ସଦସ୍ୟ ତାରିକ ଅନୱାର ଏବଂ ଗୌରବ ଗୋଗୋଇଙ୍କୁ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।କଂଗ୍ରେସ ମୁଖପାତ୍ର ଅଜୟ କୁମାର ଗଣମାଧ୍ୟମକୁ ସୂଚନା ଦେଇ ବିଜେପି କର୍ମୀଙ୍କୁ ଜନ୍ମଜାତ ଦଙ୍ଗାକାରୀ ବୋଲି କହିଛନ୍ତି ଏବଂ ତ୍ରିପୁରାରେ ତାଙ୍କ ଦଳର କର୍ମୀମାନେ ନିରନ୍ତର ଅନ୍ୟାୟ ତଥା ହିଂସାତ୍ମକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ବୋଲି ଦାବି କରିଛନ୍ତି। ତେବେ ସେ ଏକଥା ମଧ୍ୟ କହିଛନ୍ତି, ତ୍ରିପୁରାର ବିଜେପି ସରକାର ଅଧୀନରେ କଂଗ୍ରେସ କର୍ମୀଙ୍କୁ ଟାର୍ଗେଟ କରାଯାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ଶାସକ ଦଳ ଆଖି ବୁଜି ଦେଇଛନ୍ତି। ଯାହାଫଳରେ ଏମିତି ଜଟିଳ ପରିସ୍ଥିତି ସୃତି ହୋଇଛି । ସେହିପରି ଅଜୟ କୁମାର ଅଭିଯୋଗ କରିଛନ୍ତି, ମଣିପୁର ଏବଂ ତ୍ରିପୁରାରେ ସରକାରୀ ପ୍ରାୟୋଜିତ ଆତଙ୍କବାଦ ଚାଲିଛି। ଯେଉଁ ସ୍ଥିତିରୁ ଦେଶକୁ ଫେରିବା ଅତ୍ୟନ୍ତ କଷ୍ଟକର ହେବ, ସରକାର ଦେଶକୁ ଏଭଳି ସ୍ଥିତିକୁ ନେଇ ଯାଉଛନ୍ତି। କଂଗ୍ରେସ କର୍ମୀଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି। ମଣିପୁରରେ ହୋଇଥିବା ହିଂସାରେ ବିଜେପି କର୍ମୀମାନେ ସନ୍ତୁଷ୍ଟ ନୁହନ୍ତି, ତେଣୁ ବର୍ତ୍ତମାନ ସେମାନେ ତ୍ରିପୁରାରେ ସମାନ ପରିସ୍ଥିତି ସୃଷ୍ଟି କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦାୟିତ୍ବ ବୋଲି ଅଜୟ କୁମାର କହିଛନ୍ତି । ତେବେ ଗତ ସପ୍ତାହରେ ତ୍ରିପୁରାର ଧଲାଇ ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଆଦିବାସୀ ଯୁବକଙ୍କ ମୃତ୍ୟୁ ପରେ ହିଂସା ଆରମ୍ଭ ହୋଇଥିଲା। ଅନେକ ଦୋକାନରେ ନିଆଁ ଲଗାଯାଇଥିଲା ଏବଂ ଘର ନଷ୍ଟ ହୋଇଥିଲା, ଯାହା ପରେ କର୍ତ୍ତୃପକ୍ଷ ସେଠାରେ ନିଷେଧାଜ୍ଞା ଜାରି କରିଥିଲେ। ଜୁଲାଇ ୭ ରେ ଧଲାଇ ଜିଲ୍ଲାର ଗଣ୍ଡତବିସା ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣେ ୧୯ ବର୍ଷୀୟ ଛାତ୍ର ଗୁରୁତର ଆହତ ହୋଇଥିଲେ, ପରେ ତାଙ୍କୁ ଜିବିପି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେହି ସମୟରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking