23.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଯବାନ୍‌ଙ୍କୁ ସର୍ତ୍ତମୂଳକ ସୋସିଆଲ୍ ମିଡିଆ ବ୍ୟବହାର ଅନୁମତି

ଯବାନ୍‌ଙ୍କୁ ସର୍ତ୍ତମୂଳକ ସୋସିଆଲ୍ ମିଡିଆ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀରେ ନିୟୋଜିତ ଯବାନ୍‌ମାନେ ଏଣିକି ସୋସିଆଲ ମିଡିଆର ବ୍ୟବହାର କରିପାରିବେ। କିନ୍ତୁ ଏଥିପାଇଁ କେତେକ ସର୍ତ୍ତ ପାଳନ କରିବାକୁ ହେବ। ରିପୋର୍ଟ ଅନୁସାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଶର ସେନା ଯବାନ୍‌ଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଅର୍ଥାତ୍ ଫେସବୁକ୍‌, ଏକ୍ସ, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍‌, ହ୍ୱାଟ୍ସଆପ୍‌, ଲିଙ୍କ୍‌ଡ୍‌ଇନ୍ ଆଦି ବ୍ୟବହାର କରିବାକୁ ପୁଣିଥରେ ଅନୁମତି ଦେଇଛି। ଗଲୱାନ ଉପତ୍ୟକାରେ ଚୀନ୍ ସୈନିକଙ୍କ ସହ ବିବାଦ ପରେ ଦେଶର ସେନା ଯବାନ୍‌ଙ୍କ ପାଇଁ ସୋସିଆଲ ମିଡିଆକୁ ନିଷେଧ କରାଯାଇଥିଲା। ତେବେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଯବାନ୍‌ମାନେ ସୋସିଆଲ ମିଡିଆକୁ କେବଳ ନିଜ ମନୋରଞ୍ଜନ ପାଇଁ ଦେଖିପାରିବେ, କିନ୍ତୁ ଏଥିରେ କୌଣସି ପ୍ରତିକ୍ରିୟା ବା କମେଣ୍ଟ ଲେଖିପାରିବେ ନାହିଁ କିମ୍ବା ଉକ୍ତ ଭିଡିଓ ବା ପୋଷ୍ଟକୁ ସେୟାର କରିପାରିବେ ନାହିଁ। ଅନ୍ୟପକ୍ଷେ ମନ୍ତ୍ରଣାଳୟର ଏପ୍ରକାର ନିର୍ଦ୍ଦେଶ ଆସିବା ପରେ ପରେ ଭାରତୀୟ ସେନା ମଧ୍ୟ ନିଜ ଯବାନ୍ ଓ ଅଧିକାରୀଙ୍କ ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ତେବେ ଏହି ପରିବର୍ତ୍ତିିତ ନୀତି ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ ସମୟେ ସମୟେ ମନୋରଞ୍ଜନ କରିବା ପାଇଁ, ସମାଜରେ ଘଟୁଥିବା ଘଟଣାବଳୀ ସମ୍ପର୍କରେ ଅପ୍ ଟୁ ଡେଟ୍ ରହିବା ପାଇଁ ହିଁ ସୋସିଆଲ ମିଡିଆର ବ୍ୟବହାର କରିପାରିବେ। ଏହି ସମୟ ମଧ୍ୟରେ, ସେମାନେ କୌଣସି ପୋଷ୍ଟକୁ ଲାଇକ କିମ୍ବା ପୋଷ୍ଟ କରିପାରିବେ ନାହିଁ। ତେବେ କେବଳ ନିଜ ସମ୍ପର୍କୀୟ ତଥା ପରିବାର ସଦସ୍ୟଙ୍କ ସହ ହ୍ୱାଟ୍ସଆପ୍ ଚାଟିଂ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଅନ୍ୟପକ୍ଷେ ସେନା ପାଇଁ ଡିଜିଟାଲ କାର୍ଯ୍ୟକଳାପ ସମ୍ବନ୍ଧୀୟ ସମସ୍ତ ନିୟମ ବଳବତ୍ତର ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking