24.1 C
Bhubaneswar
Wednesday, January 15, 2025
Homeଓଡିଶାଚିନ୍ତା ବଢ଼ିଲାଣି ଡେଙ୍ଗୁ ,ଚିନ୍ତାରେ ଅଞ୍ଚଳବାସୀ

ଚିନ୍ତା ବଢ଼ିଲାଣି ଡେଙ୍ଗୁ ,ଚିନ୍ତାରେ ଅଞ୍ଚଳବାସୀ

ଭୁବନେଶ୍ୱର : ଚିନ୍ତା ବଢ଼ିଲାଣି ଡେଙ୍ଗୁ । ଗାଁ ଗାଁରେ ଏବେ ଡେଙ୍ଗୁ ଆତଙ୍କ । ନମୁନା ପରୀକ୍ଷା ପରେ ବାହାରୁଛି ଡେଙ୍ଗୁ । ତେଣୁ ଆତଙ୍କିତ ଖୋର୍ଦ୍ଧା ଅଞ୍ଚଳବାସୀ । ପ୍ରଶାସନର ଅବହେଳା ଯୋଗୁଁ ଏଡିସ୍ ମଶାଙ୍କ ପ୍ରାଦୁର୍ଭାବ ବଢିଥିବା ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଅବହେଳାକୁ ପୌର ଉପାଧ୍ଯକ୍ଷ ସ୍ବୀକାର କରିଥିବାବେଳେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାଉରକେଲାରେ ମଧ୍ୟ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଆରମ୍ଭ ହୋଇଛି ମିଳିତ ସଚେତନତା ଓ ସଫେଇ।
ତେବେ ଖୋର୍ଦ୍ଧା ଅଞ୍ଚଳରେ ଦେଖିବାକୁ ମିଳିଛି ଡେଙ୍ଗୁ ଆତଙ୍କ । ବ୍ଯାପିଛି ଜ୍ବର । ନମୁନା ପରୀକ୍ଷା ପାଇଁ ହସପିଟାଲରେ ଲାଗୁଛି ଲମ୍ବା ଲାଇନ । ଆଉ ପରୀକ୍ଷା ପରେ ଚିହ୍ନଟ ହେଉଛନ୍ତି ଡେଙ୍ଗୁ ରୋଗୀ । ବର୍ତ୍ତମାନ ସୁଦ୍ଧା ସରକାରୀ ରିପୋର୍ଟ ଅନୁଯାୟୀ , ଭୁବନେଶ୍ବରକୁ ଛାଡ଼ି କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୪୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ଆଉ ଏଥିପାଇଁ ପ୍ରଶାସନର ଅବହେଳାକୁ ଦାୟି କରିଛନ୍ତି ସ୍ଥାନୀୟ ଲୋକେ । ଡେଙ୍ଗୁ ମୁକାବିଲା ପାଇଁ ପୌର ପରିଷଦ ପକ୍ଷରୁ ବାରମ୍ବାର ବୈଠକ ହେଉଛି । ହେଲେ ସଚେତନତା ବ୍ଯାନରରେ ରହିଛି ପଦକ୍ଷେପ । ଅଳିଆ ସଫା କରିବା, ମଶା ଧୁଆଁ, ତେଲ ସିଞ୍ଚନ କେବଳ କାଗଜ କଲମରେ ଚାଲିଛି । ଅବହେଳାକୁ ପୌର ଉପାଧ୍ଯକ୍ଷ ସ୍ବୀକାର କରିଥିବାବେଳେ ଖୁବଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ରାଉରକେଲାରେ ମଧ୍ୟ ୧୫୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଇସ୍ପାତ ସହରାଞ୍ଚଳର ବିଭିନ୍ନ ସେକ୍ଟର ଅଞ୍ଚଳରେ ୧୨୭ ରୋଗୀ ଚିହ୍ନଟ ହୋଇଛନ୍ତି । ସେକ୍ଟର ୧୬ ସେକ୍ଟର ୧୪, ସେକ୍ଟର ୧୩, ସେକ୍ଟର ୪, ସେକ୍ଟର ୩ ଓ ସେକ୍ଟର ୧ ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଥିପାଇଁ ସଚେତନତା ଓ ସଫେଇ କାର୍ଯ୍ୟକୁ ଜୋରଦାର କରାଯାଇଛି । ଆରଏମସି, ଇସ୍ପାତ କାରଖାନା ଓ ସ୍ଵାସ୍ଥ୍ୟ ଵିଭାଗ ପକ୍ଷରୁ ୫ ଟିମ ଗଠନ କରାଯାଇ ସଚେତନତା ଓ ସଫେଇ କାର୍ଯ୍ୟ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୫ ଟି ଟିମରେ ଶହେଜଣ କର୍ମଚାରୀ ସାମିଲ । ଲଗାଣ ବର୍ଷା ଓ ଆବର୍ଜନା ମଶା ବଂଶ ବୃଦ୍ଧିକୁ ସୁହାଇଛି । ତେଣୁ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ସଚେତନତା ସହ ନମୁନା ପରୀକ୍ଷା ଓ ଚିକିତ୍ସା ବ୍ଯବସ୍ଥା ପାଇଁ ବ୍ଯବସ୍ଥା କରାଯାଇଛି ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking