24.1 C
Bhubaneswar
Monday, February 2, 2026
Homeଓଡିଶାସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ଜଟିଳ ଟ୍ୟୁମର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ

ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ଜଟିଳ ଟ୍ୟୁମର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ

ବ୍ରହ୍ମପୁର: ବିଭିନ୍ନ ବିଭାଗର ସହଯୋଗ ଏବଂ ଅତ୍ୟାଧୁନିକ ଅସ୍ତ୍ରୋପଚାର ଭିତିରେ ଶୀତଳାପଲ୍ଲୀ ସ୍ଥିତ ସମ ହସ୍ପିଟାଲ୍‌ରେ ଜଣେ ୩୨ ବର୍ଷୀୟ ପୁରୁଷ ରୋଗୀର ବେକରେ ବୃଦ୍ଧି ପାଉଥିବା ଏକ ବିଶାଳ ଟ୍ୟୁମରକୁ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଟିମ୍ । ଦୀର୍ଘ ୪ ବର୍ଷ ଧରି ଡାହାଣ ପଟ ବେକରେ ବୃଦ୍ଧି ପାଉଥିବା ଏକ ବିଶାଳ ଟ୍ୟୁମରର ସମସ୍ୟା ନେଇ ରୋଗୀ ଜଣକ ହସ୍ପିଟାଲ୍‌କୁ ଆସିଥିବା ବେଳେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଏବଂ ସିଟି ସ୍କାନ୍ ପରେ ଏହି ବିଶାଳ ଟ୍ୟୁମରଟି ଡାହାଣ ପଟ ବେକରେ ସୃ୍‌ଷ୍ଟି ହୋଇଥିବାର ଜଣାପଡ଼ିଥିଲା । ଟ୍ୟୁମରଟିର ଆକାର, ଜଟିଳତା ଏବଂ ଅନ୍ୟାନ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ହସ୍ପିଟାଲ୍‌ର ବିଭିନ୍ନ ବିଭାଗ ଯେପରିକି ସିଟିଭିଏସ, ଇଏନ୍‌ଟି, ଅଙ୍କୋଲୋଜି, ଆନେସ୍‌ଥେସିଆ ଟିମ୍ ମିଳିତ ଭାବେ ଏହି ଅସ୍ତ୍ରୋପଚାରରେ ଜଡ଼ିତ ଥିଲେ । ବେକରେ ଅତି ସନ୍ତର୍ପଣରେ ଏହି ଅସ୍ତ୍ରୋପଚାର କରାଯାଇଥିଲା । ବର୍ତମାନ ରୋଗୀ ଜଣକ ସୁସ୍ଥ ଅଛନ୍ତି ଏବଂ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି ।

ଅସ୍ତ୍ରୋପଚାର ଟିମ୍‌ରେ ସିଟିଭିଏସ୍ ସର୍ଜନ ଡାକ୍ତର ସମୀର ପାଣିଗ୍ରାହୀ, ସିନିୟର ଇଏନ୍‌ଟି ସର୍ଜନ୍ ଡାକ୍ତର ପ୍ରିୟଜୀତ ପାଣିଗ୍ରାହୀ, ଅଙ୍କୋସର୍ଜନ୍ ଡାକ୍ତର ସାଇଋୁଦ୍ର ପୁହାଣ ଏବଂ ଆନେସ୍‌ଥେସିଆ ବିଭାଗର ଡାକ୍ତର ପ୍ରତ୍ୟୁଜ୍ କାନ୍ତି ମିଶ୍ରଙ୍କ ସମେତ ଓଟି, ନର୍ସିଂ ଏବଂ ପାରାମେଡିକାଲ୍ ଟିମ୍ ସାମିଲ ଥିଲେ ।
ଏହି ଅସ୍ତ୍ରୋପଚାର ପରେ ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ଡାକ୍ତରୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ବ୍ରହ୍ମପୁର ଅଚଂଳରେ ପ୍ରଥମ ଥର ପାଇଁ ସଫଳତାର ସହ ଏଭଳି ଜଟିଳ ଅସ୍ତ୍ରୋପଚର କରାଯାଇଥିବା ସେ କହିଛନ୍ତି । ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀରେ କାର୍ଡିଓଲୋଜି, ନେଫ୍ରୋଲୋଜି, ୟୁରୋଲୋଜି, ଅଙ୍କୋଲୋଜି ଏବଂ କେମୋଥେରାପି ଭଳି ସୁପର ସ୍ପେଶିଆଲିଟି ସେବା ସହିତ ୨୪ ଘଂଟିଆ ଜରୁରୀକାଳୀନ ସେବା ମଧ୍ୟ ପ୍ରଦାନ କରାଯାଉଛି । ଦକ୍ଷିଣ ଓଡ଼ିଶାରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ଏହି ହସ୍ପିଟାଲ୍ ବଦ୍ଧପରିକର ବୋଲି ଶ୍ରୀ ଦାଶ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking