32.1 C
Bhubaneswar
Wednesday, September 18, 2024
Homeଓଡିଶାବୀମା ଅର୍ଥ ରାଶି ମିଳିନଥିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ବୀମା ଅର୍ଥ ରାଶି ମିଳିନଥିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଯାଜପୁର : ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ରାଶି ମିଳିନଥିବା ପ୍ରତିବାଦ ରେ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କଲେ ହିତାଧିକାରୀ । ଯାଜପୁର ଜିଲ୍ଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ଫତେପୁର, ଟିଣା, କଲ୍ୟାଣପୁର, କପିଳା ଅଞ୍ଚଳର ଚାଷୀ ମାନେ ୨୦୨୩ ମସିହାରେ ସରକାରଙ୍କ ଘୋଷିତ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅଫ୍ ଲାଇନ୍‌ରେ ଆବେଦନ କରିଥିଲେ । ଏସବୁ ପଞ୍ଚାୟତରେ ଭୂବନ୍ଦୋବସ୍ତ ନ ହୋଇ ମଧ୍ୟ ୨୦୧୯ ଓ ୨୦୨୧ ମସିହାରେ ଚାଷୀ ମାନେ ବୀମା କ୍ଷତିପୂରଣ ରାଶି ପାଇଥିଲେ । ଏହି ଅଞ୍ଚଳ ର ଚାଷୀ ନିଜ ସମ୍ବଳରେ ଅର୍ଥ ବିନିଯୋଗ କରି ଏଥର ରୁଆ ପୋତା କାର୍ଯ୍ୟ ସାରିଲେଣି କିନ୍ତୁ ଏ ପର୍ଯ୍ୟନ୍ତ ବୀମା କମ୍ପାନୀ ପକ୍ଷରୁ ଅହେତୁକ ବିଳମ୍ବ ଓ ଉଦାସୀନତା ଯୋଗୁ ଚାଷୀମାନେ ଏପର୍ଯନ୍ତ ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥରାଶି ପାଇ ପାରିଲେ ନାହିଁ । ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking