ଭୁବନେଶ୍ୱର: ବାବା କାଶୀନାଥ ପ୍ରସଙ୍ଗରେ ପୋଲିସ କମିସନରଙ୍କ ସୂଚନା । ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ଆଶ୍ରମରେ ଭାରତପୁର ପୋଲିସ ତଦାରକ କରୁଛି। ବେଆଇନ ଜମିକୁ ନେଇ କୌଣସି ସୂଚନା ମିଳିନି। ତଦନ୍ତ ପରେ ସବୁ କଥା ସ୍ପଷ୍ଟ ହୋଇଯିବ। ଶିଶୁକୁ କଳକୀ ଅବତାର ରୂପେ ପୂଜା ପ୍ରସଙ୍ଗ। ବୈକୁଣ୍ଠ ଧାମ ଆଶ୍ରମରେ ପୋଲିସ ପହଞ୍ଚିଥିଲା । ଆଶ୍ରମ ଭିତରକୁ କିଛି ଲୋକ ପଶିଥିବା ବେଳେ । ଅସଭ୍ୟ ଭାଷାରେ ଗଲି ଗୁଲଜ କରୁଛନ୍ତି ବାବାଙ୍କ ସମର୍ଥକ ମାନେ । ଆଶ୍ରମ ଭିତରେ ଦାମୀ ବାଇକ ରହିଥିବା ବେଳେ । ବୈକୁଣ୍ଠ ଧାମ ଆଶ୍ରମ ସାମ୍ନାରେ ଚାପା ଉତ୍ତେଜନା ଦେଖାଦେଇଥିଲା । ନାବାଳକ ପୁଅକୁ ଭଗବାନ ବୋଲି ପ୍ରଦର୍ଶନ କରାଉଥିଲେ ଏହି ଆତ୍ମଘୋଷିତ ବାବା । ସୂଚନା ଅନୁସାରେ, ବୈକୁଣ୍ଠ ଧାମ ଆଶ୍ରମର ମୁଖ୍ୟ ପ୍ରବଚକ କାଶୀନାଥ ମିଶ୍ର ଏବେ କେଉଁଠି ଅଛନ୍ତି ତାର ଖବର କାହା ପାଖରେ ନାହିଁ । ପାଦ ତଳେ ତୁଳସୀ ଓ ଗୀତା ଭାଗବତ ରଖି ପୂଜା କରାଉଥିଲେ । ଏହାର ଫଟୋ ଭାଇରାଲ ହେବା ପରେ ଆତ୍ମଘୋଷିତ କାଶିନାଥ ବାବାଙ୍କ ଦେଖା ମିଳୁନି । ଭୁବନେଶ୍ୱର ଭରତପୁର ଥାନା ଖଣ୍ଡଗିରିରେ ଥିବା ବୈକୁଣ୍ଠ ଧାମ ଆଶ୍ରମର ମୁଖ୍ୟ ପ୍ରବଚକ କାଶୀନାଥ ମିଶ୍ର, ଧର୍ମ ନାମରେ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ ଚାଲିଛି ।