18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଚିନ୍ତା: ସହଯୋଗର ହାତ ବଢ଼ାଇଲେ ସରକାର

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଚିନ୍ତା: ସହଯୋଗର ହାତ ବଢ଼ାଇଲେ ସରକାର

ନୂଆଦିଲ୍ଲୀ: ଏଣିକି ଦେଶର ପ୍ରତ୍ୟେକ ବର୍ଗର, ଧର୍ମର ମେଧାବୀ ଛାତ୍ରଛାତ୍ରୀ ନିଜ ସ୍ୱପ୍ନ ସାକାର କରିପାରିବେ। ପିଲାମାନଙ୍କ ସ୍ୱପ୍ନକୁ ସତ କରିବା ପାଇଁ କେନ୍ଦ୍ ସରକାର ସହଯୋଗ କରିବେ। କେନ୍ଦ୍ର ସରକାର ଏଣିକି ଦେଶର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ବାଧକ ସାଜୁଥିବା ସବୁ ସମସ୍ୟାର ସମାଧାନ କରିବେ। ଏହାଦ୍ୱାରା ପିଲାମାନେ କେବଳ ନିଜ ପରୀକ୍ଷା ଉପରେ ହିଁ ଫୋକସ୍ କରିପାରିବେ ଏବଂ ପରୀକ୍ଷାରେ କୃତକାର୍ଯ୍ୟ ହେବା ପୂର୍ବକ ନିଜ ସ୍ୱପ୍ନ ସାକାର କରିପାରିବେ।
ରିପୋର୍ଟ ଅନୁସାରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଅଶାୟୀଙ୍କ ସାହାଯ୍ୟ କରିବେ ଭାରତ ସରକାର। ବର୍ଷ ୨୦୨୯ ସୁଦ୍ଧା ସରକାର ୧୨.୫ ଲକ୍ଷ ମେଧାବୀଙ୍କୁ ସହାୟତା ପ୍ରଦାନ କରିବେ। ଏହି ପଦକ୍ଷେପ ଦ୍ୱାରା ଗରିବ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତିରେ ସହାୟତା ମିଳିବ। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦୁଇଦିନ ବ୍ୟାପି ଚାଲିଥିବା ବୈଠକରେ ରାଜ୍ୟ ସରକାରଙ୍କ ସହିତ ଏହି ଯୋଜନା ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ଥିଲା ନୂଆ ଶିକ୍ଷା ନୀତି ୨୦୨୦କୁ ସଠିକ ରୂପେ ଲାଗୁ କରିବା। ସାଥୀ ଯୋଜନା ମାଧ୍ୟମରେ ସରକାର ପ୍ରତିଯୋଗିତା ମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଡିଜିଟାଲ ମଧ୍ୟମରେ ବିନା ମୂଲ୍ୟରେ ପାଠ୍ୟ ସାମଗ୍ରୀ ଯୋଗାଇଦେବେ। ଏହି ଯୋଜନା ମାଧ୍ୟମରେ କୁତ୍ରିମ ବୁଦ୍ଧିମତା(ଏଆଇ) ପ୍ରଚଳିତ ବ୍ୟବସ୍ଥା କରିବା ପାଇଁ ଆଇଆଇଟି ଏବଂ ଏମ୍ସ ଭଳି ଅନୁଷ୍ଠାନ ସହିତ ମିଳିତ ଭାବେ କାର‌୍ୟ୍ୟ କରିବେ। ଏହିସହିତ ବୈଠକରେ ଡିଜିଟାଲ ଶିକ୍ଷାକୁ ଅଧିକ ବ୍ୟାପକ କରିବାକୁ ଆଲୋଚନା ହୋଇଥିଲା। ଆଗାମୀ ପାଞ୍ଚବର୍ଷ ମଧ୍ୟରେ ସରକାର ସ୍ୱୟଂ ପୋର୍ଟାଲ ମାଧ୍ୟମରେ ୨ କୋଟି ନୂତନ ବିଦ୍ୟାର୍ଥୀଙ୍କୁ ଯୋଡିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତ ସରକାରଙ୍କ ଏହି ଯୋଜନା ଆଗାମୀ ପିଢ଼ିର ପିଲାମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking