ଭୁବନେଶ୍ୱର: ଖୁବଶୀଘ୍ର ବସିବ ମହାନଦୀ ଉଚ୍ଚସ୍ତରୀୟ କମିଟି ବୈଠକ ହେବ । ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସଚିବ କମିଟି ଅଧ୍ୟକ୍ଷଙ୍କ ସହ କଥା ହୋଇଛନ୍ତି । ସମସ୍ତ ବୈଷୟିକ ଦିଗ ଉପରେ ଜଳସମ୍ପଦ ବିଭାଗ ରିପୋର୍ଟ ଦେବ । ଛତିଶଗଡ ଏହା ଭିତରେ ଅନେକ ବ୍ୟାରେଜ ନିର୍ମାଣ କରିଦେଇଛି । ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ କମିଟି କାମ କରିବ । ସୂଚନାଯୋଗ୍ୟ, ମହାନଦୀ ଜଳ ବିବାଦ ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ୮ ଜଣିଆ କମିଟି ଗଠନ କରାଯାଇଛି । ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ କମିଟି । କମିଟିରେ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ସମ୍ପଦ ସ୍ୱାଇଁ ଅଛନ୍ତି । ସରୋଜ ପ୍ରଧାନ, ନିରଞ୍ଜନ ପୂଜାରୀ, ଜୟନାରାୟଣ ମିଶ୍ର ଓ ସୋଫିଆ ଫିର୍ଦୋସ ସଦସ୍ୟ ଅଛନ୍ତି । ଛତିଶଗଡ ସହିତ ମହାନଦୀ ଜଳ ବିବାଦକୁ ନେଇ ତଦାରଖ କରିବା ପାଇଁ ଏହି କମିଟି ଗଠନ କରାଯାଇଛି ।










