ଭୁବନେଶ୍ୱର: ଭୁବନେଶ୍ୱରରୁ ନିଖୋଜ ମହିଳା ଟ୍ରାଫିକ କନଷ୍ଟେବଳଙ୍କ ଫଟୋ ଜାରି କଲା କମିସମରେଟ ପୋଲିସ । ସପ୍ତାହେ ହେବ ନିଖୋଜ ଅଛନ୍ତି ମହିଳା ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ସାହୁ। ତାଙ୍କ ସମ୍ପର୍କରେ ସୂଚନା ଦେଲେ ୨୫ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗରରୁ ନିଖୋଜ ହୋଇଯାଇଛନ୍ତି ଶୁଭମିତ୍ରା। ଗତ ୬ ତାରିଖରୁ ନିଖୋଜ ହୋଇଯାଇଥିବା ନେଇ କ୍ୟାପିଟାଲ ଥାନାରେ ରୁଜୁ ହୋଇଛି ମାମଲା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। ୬ ତାରିଖ ସକାଳୁ ସେ ଡ୍ୟୁଟି ଯିବା ପାଇଁ ଘରୁ ଯାଇଥିଲେ।ତାଙ୍କ ଡ୍ୟୁଟି ସଂଧ୍ୟା ୬ଟା ପର୍ଯ୍ୟନ୍ତ ଥିଲା । କିନ୍ତୁ ଡ୍ୟୁଟି ପରେ ସେ ଘରକୁ ଫେରିନଥିଲେ। ଏଯାବତ ତାଙ୍କ କିଛି ଖୋଜ ଖବର ନମିଳିବାରୁ ପୋଷ୍ଟର ଲଗାଇଛି କମିଶନରେଟ ପୋଲିସ ।










