ନୂଆଦିଲ୍ଲୀ: ବଜେଟ ପୂର୍ବରୁ ବଢିଲା କମର୍ସିଆଲ ଏଲପିଜି ଦର । ବଜେଟ ଉପସ୍ଥାପନ ପୂର୍ବରୁ ସରକାର ସାଧାରଣ ନାଗରିକଙ୍କୁ ବଡ ଝଟକା ଦେଇଛନ୍ତି । ୧୯ କେଜି କମର୍ସିଆଲ ଏଲପିଜି ଦର ୫୦ ଟଙ୍କା ବଢିଲା । ୧୯ କେଜି କମର୍ସିଆଲ ଏଲପିଜି ଦର ଦିଲ୍ଲୀରେ ୧୭୪୦ ଟଙ୍କାକୁ ବୃଦ୍ଧି ହୋଇଛି । ଘରୋଇ ଏଲପିଜି ଦର ଅପରିବର୍ତ୍ତିତ ରହିଛି । ଅର୍ଥାତ ଏପ୍ରିଲ ୮, ୨୦୨୫ରେ ସ୍ଥିର କରାଯାଇଥିବା ପୁରୁଣା ହାରରେ ଉପଲବ୍ଧ ରହିଛି । ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ୫୦ ଟଙ୍କା ବୃଦ୍ଧି ହୋଟେଲ , ରେଷ୍ଟୁରାଣ୍ଟ, ଢାବା ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନରେ ବ୍ୟବହୃତ ବାଣିଜ୍ୟିକ ସିଲିଣ୍ଡର ପାଇଁ ପ୍ରଯୁଜ୍ୟ । ସରକାରୀ ପେଟ୍ରୋଲିୟମ୍ ମାର୍କେଟିଂ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡର ମୂଲ୍ୟ ସମୀକ୍ଷା କରନ୍ତି। ପୂର୍ବରୁ, ଜାନୁଆରୀରେ 19 କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା। ଗତ ବର୍ଷ ନଭେମ୍ବର ଏବଂ ଡିସେମ୍ବରରେ, ଏହି ସିଲିଣ୍ଡରର ମୂଲ୍ୟ ଯଥାକ୍ରମେ ପାଞ୍ଚ ଏବଂ ଦଶ ଟଙ୍କା ହ୍ରାସ କରାଯାଇଥିଲା।










