27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶପୁଣି ବଢିଲା କମର୍ସିଆଲ ଗ୍ୟାସ୍ ଦର

ପୁଣି ବଢିଲା କମର୍ସିଆଲ ଗ୍ୟାସ୍ ଦର

ନୂଆଦିଲ୍ଲୀ: ପହିଲାରୁ ଗ୍ରାହକଙ୍କୁ ଉପରେ ମହଙ୍ଗା ମାଡ ହୋଇଛି। କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ଉପରେ ୬ଟଙ୍କା ଯାଏ ବୃଦ୍ଧି କରାଯାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ମାର୍ଚ୍ଚ ପହିଲାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ତେବେ ୧୯ କିଲୋଗ୍ରାମ୍ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୬ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବର୍ତ୍ତମାନ ଦିଲ୍ଲୀରେ ୧୮୦୩ ଟଙ୍କାରେ ସିଲିଣ୍ଡର ଉପଲବ୍ଧ ହେବ। ଫେବୃଆରୀ ମାସରେ ଏହାର ମୂଲ୍ୟ ୧୭୯୭ ଟଙ୍କା ଥିଲା। ଦିଲ୍ଲୀରେ ୧୪ କିଲୋଗ୍ରାମ୍ ଘରୋଇ ଏଲପିଜି ସିଲିଣ୍ଡର ଏବେ ବି ୮୦୩ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ୮୨୯, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଥରେ ୮୧୮.୫୦ ଟଙ୍କା ରହିଛି। ଅନ୍ୟପଟେ ମୁମ୍ବାଇରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୧୯୧୩ ଟଙ୍କା ହୋଇଛି। କୋଲକାତାରେ ୧୯ କିଲୋଗ୍ରାମ୍ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ବର୍ତ୍ତମାନ ୧୯୧୩ ଟଙ୍କାରେ ଉପଲବ୍ଧ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking