ଭୁବନେଶ୍ୱର: ନୂଆବର୍ଷରେ ରାଜଧାନୀରେ ଗଡିଲା ମୁଣ୍ଡ । ନୟାପଲ୍ଲୀରେ ଗତ ୨୭ ତାରିଖରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ନୟାପଲ୍ଲୀ ନୂଆ ସାହିର ଜିତୁନ ଦାସ ଓରଫ ବବଲୁ । ସେ ଜଣେ ଡ୍ରାଇଭର ବାବେ କାମ କରୁଥିଲେ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ôସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବିଚ ରାସ୍ତାରେ ତାଙ୍କୁ ଆକ୍ରମଣ ହୋଇଥିଲା । ଏନେଇ ନୟାପଲ୍ଲୀ ଥାନା ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି । ଘଟଣାରେ ଏ ଯାଏ ୫ ଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ହତ୍ୟାକାରୀଙ୍କୁ ସହଯୋଗ କରିବା ଅଭିଯୋଗରେ ଜଣେ ନାବାଳକକୁ ଗିରଫ କରି ସୁଧାର ଗୃହକୁ ପଠାଇଛି ପୋଲିସ । ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା କାରଣ ଥିବା ଜଣା ପଡିଛି ।










