38.1 C
Bhubaneswar
Saturday, May 10, 2025
Homeଓଡିଶାଖୁବ୍‌ଶୀଘ୍ର ମିଳିବ ରଙ୍ଗୀନ ରାସନ କାର୍ଡ; ସାମିଲ ହେବେ ୬ ଲକ୍ଷ ଯୋଗ୍ୟ ହିତାଧିକାରୀ

ଖୁବ୍‌ଶୀଘ୍ର ମିଳିବ ରଙ୍ଗୀନ ରାସନ କାର୍ଡ; ସାମିଲ ହେବେ ୬ ଲକ୍ଷ ଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ଖୁବଶୀଘ୍ର ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ। ବଦଳିଯିବ ରାସନ କାର୍ଡର ରୂପ ରଙ୍ଗ। ଆଉ ନୂଆ ଢଙ୍ଗରେ ବଣ୍ଟାଯିବ ଏହି ନୂଆ ରାସନ କାର୍ଡ। ରାଜ୍ୟରେ ୫ଲକ୍ଷ ୯୦ହଜାର ନୂଆ ହିତାଧିକାରୀ ପାଇବେ ରାସନ କାର୍ଡ। ଖୁବଶୀଘ୍ର ରାଜ୍ୟର ସବୁ ଜିଲ୍ଲାରେ ବଣ୍ଟାଯିବ ନୂଆ ରାସନ କାର୍ଡ। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଆସନ୍ତା ୨୦ ତାରିଖ ସୁଦ୍ଧା ପ୍ରସ୍ତୁତ କରାଯିବ ନୂଆ ରାସନ କାର୍ଡ। ନୂଆ ରାସନ କାର୍ଡ ପ୍ରଦାନ ପାଇଁ ତାରିଖ ନିର୍ଘଣ୍ଟ ହୋଇନଥିଲେ ଖୁବଶୀଘ୍ର ମିଳିବା ନେଇ ସୂଚନା ମିଳିଛି। ପ୍ରାଥମିକ ଭାବେ ପ୍ରାୟ ୬ ଲକ୍ଷ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବାକୁ ପ୍ରକ୍ରିୟା ଜୋରଦାର୍ କରାଯାଇଛି। ହିତାଧିକାରୀଙ୍କୁ ମିଳିବାକୁ ଥିବା ରଙ୍ଗୀନ ରାସନ କାର୍ଡକୁ ବିଡିଓ, ମ୍ୟୁନିସିପାଲ କମିସନର ପ୍ରଦାନ କରିବେ। ସେହିପରି ଯାଞ୍ଚ ପରେ ନୂଆ ସଦସ୍ୟଙ୍କୁ ତାଲିକାରେ ସାମିଲ କରାଯାଇପାରିବ ବୋଲି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି। ହିତାଧିକାରୀ ଚୟନ ଓ କାର୍ଡ ପ୍ରଦାନରେ ବିଳମ୍ବ ପାଇଁ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ।

ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ପ୍ରମୁଖ ଶାସନ ସଚିବ ଚିଠିରେ ଦର୍ଶାଇଛନ୍ତି, “ଯୋଗ୍ୟ ହିତାଧିକାରୀ ଓ ନୂଆ ଆବେଦନକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଖାଦ୍ୟ ସୁରକ୍ଷା ଆଇନ ୨୦୨୦ ଆଧାରରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯିବ। ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ। ଏପ୍ରିଲ ୨୦ ତାରିଖ ସୁଦ୍ଧା ନୂଆ ରାସନ କାର୍ଡ ପ୍ରସ୍ତୁତ ହେବ। ଯାଞ୍ଚ ପରେ ନୂଆ ସଦସ୍ୟଙ୍କୁ ତାଲିକାରେ ସାମିଲ କରିପାରିବେ। କାର୍ଡ ବଣ୍ଟନ ପାଇଁ ଜିଲ୍ଲା ଓ ବ୍ଲକସ୍ତରରେ କାର୍ଯ୍ୟକ୍ରମ ଆୟୋଜନ ହେବ। ସ୍ଥାନୀୟ ସାଂସଦ, ବିଧାୟକଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯିବ। ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।

ପ୍ରାୟ ୭ ଲକ୍ଷ ହିତାଧିକାରୀ କାର୍ଡ ପାଇଁ ଆବେଦନ କରିଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଇ-କେୱାଇସି କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ସହ ଅଯୋଗ୍ୟଙ୍କୁ ବାଦ ଦିଆଯିବା ପ୍ରକ୍ରିୟା ଜାରି ରହିଛି। ନୂଆ ରାସନ କାର୍ଡ ବଣ୍ଟନ କଥା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, “ହିତାଧିକାରୀଙ୍କୁ ଖୁବଶୀଘ୍ର ନୂଆ ରାସନ କାର୍ଡ ବଣ୍ଟାଯିବ। ଯେଉଁମାନେ ବିଜେଡି ସରକାର ଅମଳରେ ଆବେଦନ କରିଥିଲେ, ପାଇନଥିଲେ। ତାହାର ବର୍ତ୍ତମାନ ଯାଞ୍ଚ ଚାଲିଛି। ସେମାନଙ୍କ ମଧ୍ୟରୁ ଯୋଗ୍ୟ ଥିବା ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ସେମାନଙ୍କୁ କାର୍ଡ ପ୍ରଦାନ କରାଯିବ। ଦିନ ଦୁଇ ଦିନ ମଧ୍ୟରେ ଏହା ଚୂଡାନ୍ତ ହେବ। ପରେ ଅନ୍ୟ ସମସ୍ତ ଜିଲ୍ଲାରେ କାର୍ଡ ବଣ୍ଟନ ହେବ ବୋଲି ମନ୍ତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ତାଲିକାରୁ ବହୁ ଅଯୋଗ୍ୟ ବାଦ ପଡ଼ିଛନ୍ତି। ଆଗକୁ ମଧ୍ୟ ଆହୁରି ବାଦ ପଡ଼ିବେ। ବର୍ତ୍ତମାନ ସୁଦ୍ଧା ଇ-କେୱାଇସି ବହୁ ଲୋକ କରିନାହାନ୍ତି। ପ୍ରାୟ ୨୫ ଲକ୍ଷ ଲୋକ ଇ-କେୱାଇସି କରି ନାହାନ୍ତି। ସେମାନଙ୍କ ମଧ୍ୟରେ ଯୋଗ୍ୟ ଓ ଅଯୋଗ୍ୟ ମଧ୍ୟ ଅଛନ୍ତି। ନୂଆ ସରକାର ଆସିଲା, କାର୍ଡ ମଧ୍ୟ ନୂଆ ହେବ। ସେଥିରେ ଅସୁବିଧା କିଛି ନାହିଁ। ପୁରୁଣା ଢାଞ୍ଚାରେ ନୁହେଁ ନୂଆ ଢାଞ୍ଚାରେ ସବୁ ଚାଲିବ। ଦୁର୍ନୀତି ହେବ ନାହିଁ। ଅଫିସର ରାଜ ଚାଲିବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking