14.1 C
Bhubaneswar
Wednesday, January 14, 2026
Homeଓଡିଶାଆସନ୍ତା ଶିକ୍ଷାବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ: ମୁଖ୍ୟମନ୍ତ୍ରୀ

ଆସନ୍ତା ଶିକ୍ଷାବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ: ମୁଖ୍ୟମନ୍ତ୍ରୀ

କଟକ: ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ ସରକାର କାର୍ଯ୍ୟ କରୁଛନ୍ତି। ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦, ପିଏମ-ଶ୍ରୀ ଲାଗୁ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବା କ୍ଷେତ୍ରରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବ ସରକାର ଚକ୍ରାନ୍ତ କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ, ମାତ୍ର ଆମ ସରକାର ନିଶ୍ଚିତ ଭାବେ ଆସନ୍ତା ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଆୟୋଜିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ୪୯ତମ ରାଜ୍ୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି। ଏହା ସହ ମୁଖ୍ୟ ମନ୍ତ୍ରୀ କହିଛନ୍ତି, ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ଅବସରରେ ଦେଶର ପ୍ରମୁଖ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନପାଇବ ।

ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ସରକାର କାମ କରୁଛନ୍ତି । ନିଷ୍ଠା ଓ ତ୍ୟାଗର ପ୍ରତୀକ ଏବିଭିପି ସହଯୋଗରେ ନୂଆ ସରକାର ଆସିଛିା କଲେଜରେ ପଢ଼ିଲାବେଳ ଠାରୁ ଛାତ୍ରସଂସଦ ନିର୍ବାଚନରେ ମୁଁ ଏବିଭିପିକୁ ଭୋଟଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ । ପୂର୍ବ ସରକାରରେ ଯୁବକ ଯୁବତୀମାନଙ୍କୁ ଚାକିରୀ ମିଳୁ ନଥିଲା । ମାତ୍ର ଆସନ୍ତା ୫ବର୍ଷ ମଧ୍ୟରେ ସାଢ଼େ ୩ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାକୁ ସମୃଦ୍ଧ କରିବା ଏବଂ ‘ବିକଶିତ ଓଡ଼ିଶା’ ନିର୍ମାଣ ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ସହଯୋଗ କରି ଏହାକୁ ସଫଳ ରୂପାୟନର ଦାୟିତ୍ୱ କେବଳ ସରକାରର ନୁହେଁ ଏହାର ଦାୟିତ୍ୱ ଅଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରହିଛି। ଯେଉଁମାନେ କି ଆଗାମୀ ଦିନରେ ଓଡ଼ିଶାର ଦାୟିତ୍ୱ ନେବେ। ଏଥିପାଇଁ ସମସ୍ତେ ସକ୍ରିୟ ଭାବେ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବିଭିପି ସଦସ୍ୟଙ୍କୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଆଶିଷ ଚୌହାନ,ଅଧ୍ୟାପକ ସଂଜୀବ ନାୟକ, ଡା.ସିବିକେ ମହାନ୍ତି, ଡା.ଜ୍ୟୋର୍ତିମୟୀ ନାୟକ, ଦିପ୍ତିମୟୀ ପ୍ରତିହାରୀ ଓ ସୀତାଂଶୁ ଶେଖର ବରାଇ,ଏବିଭିପିର ରାଜ୍ୟ ସଂପାଦକ ଅରଜିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking