24.1 C
Bhubaneswar
Saturday, March 21, 2026
Homeଓଡିଶାକଲେଜ୍ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ: ସିନ୍ ରିକ୍ରିଏସନ୍ ବେଳେ ସତ ଓଗାଳିଲା...

କଲେଜ୍ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ: ସିନ୍ ରିକ୍ରିଏସନ୍ ବେଳେ ସତ ଓଗାଳିଲା ଅଭିଯୁକ୍ତ

କାମାକ୍ଷାନଗର: କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ୍ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା। ଘଟଣା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୁଲିସ। ମୁଖ୍ୟ ଅଭିଯୁକ୍ତ ଜଣକ କାମାକ୍ଷାନଗର ଥାନା ସାଆନ୍ତାରାପୁର ଗ୍ରାମର ଗଙ୍ଗାଧର ପାତ୍ର(ଜଗା )ହୋଇଥିବା ଜଣା ପଡିଛି। ଜଗାକୁ ଧରିବା ପରେ ପୁଲିସ ସିନ୍ ରିକ୍ରିଏସନ୍ କରାଇଥିବା ବେଳେ ପୁଲିସ ଆଗରେ ଦୁଷ୍କର୍ମ ଓ ହତ୍ୟା ଘଟଣାର ସମ୍ପୂର୍ଣ୍ଣ କାହାଣୀ କହିଛି ଅଭିଯୁକ୍ତ ଜଗା। ପ୍ରକାଶ, କଲେଜ୍ ଛାତ୍ରୀ ଜଣକ ଗତ ୧୮ ତାରିଖ ବୁଧବାର ଦିନ କଲେଜ୍‌ରୁ ପ୍ରଥମ ବର୍ଷ ଯୁକ୍ତଦୁଇ ପରୀକ୍ଷା ଦେଇ କାମାକ୍ଷାନଗର ସହରର ଜଗନ୍ନାଥ ବଜାର ଛକରେ ଛିଡା ହୋଇଥିଲେ। ସେହି ସମୟରେ ଜଗା ଏକ କାର ଯୋଗେ ସେଠାରେ ପହଞ୍ଚି ଛାତ୍ରୀ ଜଣଙ୍କୁ ନେଇ ସହର ନିକଟରେ ଥିବା ପଲ୍ଲୀ ଗ୍ରାମ ଜଙ୍ଗଲକୁ ଯାଇଥିଲେ। ସେଠାରେ ମୁଖ୍ୟ ଅଭିଯୁକ୍ତ ଜଗା ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲା। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହେବାପରେ ଛାତ୍ରୀ ଜଣକଙ୍କର ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ଯାହାଫଳରେ କିଛି ଅଘଟଣ ଆଶଙ୍କାରେ ଜଗା ଛାତ୍ରୀଙ୍କୁ କାମାକ୍ଷାନଗର ସହରକୁ ଆଣିଥିଲା।

ସହରର ମହିମାଟୁଙ୍ଗି ନିକଟରେ ପହଞ୍ôଚବା ପରେ ଛାତ୍ରୀ ଜଣକ ପାଇଁ କାହାକୁ କହି ନୂଆ ପ୍ୟାଣ୍ଟ, ସାନିଟାରି ନାପ୍‌କିନ୍ ମଗାଇ ପୁଣି ଜଙ୍ଗଲକୁ ନେଇ ଯାଇଥିଲା। ତେବେ ଜଙ୍ଗଲରେ ପହଞ୍ôଚବା ପରେ ହଠାତ୍ ଛାତ୍ରୀ ଜଣକ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ହେବାସହ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ଫଳରେ ସେଠାରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା। ଛାତ୍ରୀ ଜଣକ ମୃତ୍ୟୁ ହୋଇଯିବା ପରେ ଜଗା କୌଣସି ଉପାୟ ନପାଇ ପଲ୍ଲୀ ଗ୍ରାମ ଜଙ୍ଗଲରୁ ରାମେଶ୍ୱର ମନ୍ଦିର ରାମିଆଳ ନଦୀ ହୁଡ଼ାରେ ପହଞ୍ଚି ହୁଡ଼ା ତଳ ଜଙ୍ଗଲରେ ଛାତ୍ରୀଙ୍କ ପାଇଁ କିଣିଥିବା ନୂଆ ପ୍ୟାଣ୍ଟ, ସାନିଟାରୀ ନାପ୍‌କିନ୍‌କୁ ଫିଙ୍ଗି ଦେଇଥିବା ବେଳେ ସେଠାରୁ କାର ଯୋଗେ ମୃତଦେହକୁ ନେଇ ସାରୁଆଳି ଗାଁ ନିକଟରେ ଥିବା ଜଙ୍ଗଲରେ ଫିଙ୍ଗି ଦେଇଥିଲା। ରାତି ପ୍ରାୟ ୧୧ରୁ ୧୨ଟା ମଧ୍ୟରେ ଛାତ୍ରୀର ମୃତଦେହକୁ ଫିଙ୍ଗିଦେଇ ମୁଖ୍ୟ ଅଭିଯୁକ୍ତ ଜଗା କେଉଁଆଡେ ଫେରାର ହୋଇ ଯାଇଥିଲା। ପରେ ସକାଳୁ ଖବରପାଇ କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଥିଲା। ଏବଂ ଘଟଣା ଘଟିବାର ତିନିଦିନ ପରେ ଆଜି ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧର ପାତ୍ର (ଜଗା )କୁ ଢେଙ୍କାନାଳ-କେଉଁଝର ଜିଲ୍ଲା ସୀମାନ୍ତ ଜଣେ ସମ୍ପର୍କୀୟଙ୍କ ଘରୁ ଧରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଏକ କାର୍‌କୁ ପୁଲିସ ଜବତ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking