15.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଭାଙ୍ଗିଲା ମଞ୍ଚ : ୮ ମୃତ , ୫୦ ଆହତ

ଭାଙ୍ଗିଲା ମଞ୍ଚ : ୮ ମୃତ , ୫୦ ଆହତ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ବାଗପତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଧାର୍ମିକ ସମାରୋହରେ ଅଘଟଣ ଘଟି ପ୍ରାୟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।  ଧାର୍ମିକ ସମାରୋହରେ ବନ୍ଧା ଯାଇଥିବା ବାଉଁଶ ଭାଡ଼ି ଖସି ପଡ଼ିବା ପରେ ଏପରି ଅଘଟଣା ଘଟିଛି। ଲୋକେ ସମାରୋହରେ ଥିବା ବେଳେ ବାଉଁଶ ନିର୍ମିତ ମଞ୍ଚଟି ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ସୂଚନା,ଅନୁସାରେ ଜୈନ ସମୁଦାୟଙ୍କ ଦ୍ବାରା ଆୟୋଜିତ ଲଡ଼ୁ ପର୍ବ ଅବସରରେ ମନ୍ଦର ପରିସରରେ ନିର୍ମିତ ମଞ୍ଚ ଭୁଷୁଡିଥିଲା,ଫଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ୫୦ରୁ ଅଧିକ ଶ୍ରଦ୍ଦାଳୁ ତଳେ ଫସି ରହିଥିଲେ । ୬୫ ଫୁଟ ଉଚ୍ଚ ମଞ୍ଚ ସକାଳ ୮ଟା ସମୟରେ ହଠାତ୍ ଭୁଷୁଡି ପଡିଥିଲା । ଆମ୍ବୁଲାନ୍ସର ସୁବିଧା ଶୀଘ୍ର ନମିଳିବାରୁ ଆହାତ ମାନଙ୍କୁ ଇ-ରିକ୍ସା ସାହାର‌୍ୟ୍ୟରେ  ମେଡିକାଲ ନିଆଯାଇଥିଲା । ଏଡିଏମ ପଙ୍କଜ ବର୍ମା ୭ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ କରିଛନ୍ତି । ପ୍ରଶାସନ ଘଟଣା ଯାଂଚର ନିର୍ଦ୍ଧେଶ ଦେଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମେଡିକାଲରେ ଆହାତ ମାନଙ୍କ ଉତ୍ତମ ଚିକିତ୍ସା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking