16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଭୁଶୁଡିଲା ଛାତ: ଜେଜେମା, ନାତି ମୃତ

ଭୁଶୁଡିଲା ଛାତ: ଜେଜେମା, ନାତି ମୃତ

ନୂଆଦିଲ୍ଲୀ: ଶୋଇଥିବାବେଳେ ଘରର ଛାତ ଭୁଶୁଡିବାରୁ ଜେଜେମା ନାତିର ମୃତ୍ୟୁ ହୋଇଛିଏଭଳି ଘଟଣା ନାଳନ୍ଦାର ରାହୁଇ ଥାନା ଅଞ୍ଚଳର ଇମାମଗଞ୍ଜ ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି। ଘରର ଛାତ ଭୁଶୁଡ଼ିବା ଫଳରେ ତିନି ଜଣ ସଦସ୍ୟ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି।ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଭଗ୍ନାବଶେଷ ଭିତରୁ ବାହାର କରାଯାଇ ଚିକିତ୍ସା ପାଇଁ ପାବାପୁରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।ପରିବାର ଲୋକଙ୍କ କହିବା ଅନୁଯାୟୀ ମଙ୍ଗଳବାର ରାତିରେ ପିଲାମାନେ ଘରର ପୁରୁଣା କୋଠରୀରେ ସେମାନଙ୍କ ଜେଜେମାଙ୍କ ସହିତ ଶୋଇଥିଲେ, ହଠାତ୍ ଛାତ ଭୁଶୁଡ଼ିବାରୁ ତିନିଜଣ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲେ ।ଘଟଣାର ସୂଚନା ପାଇବା ମାତ୍ରେ ରାହୁଇ ଥାନା ମୁଖ୍ୟ କୁନାଲ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ଛାତ ପୁରୁଣା ହୋଇଥିବାରୁ ଏହି ଦୁର୍ଘଟଣା ଘଟିଛି, ପୋଲିସ ଉଭୟ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି, ମୃତକଙ୍କ ପରିବାରର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।ପରିବାର ପକ୍ଷରୁ ସରକାରଙ୍କଠାରୁ ଉପଯୁକ୍ତ କ୍ଷତିପୂରଣ ଏବଂ ପରିବାର ପାଇଁ ନିଯୁକ୍ତି ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking