24.1 C
Bhubaneswar
Wednesday, February 4, 2026
Homeଓଡିଶାରାଜ୍ୟରେ ଜାରି ରହିଛି ଶୀତ ଲହରି

ରାଜ୍ୟରେ ଜାରି ରହିଛି ଶୀତ ଲହରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି। ଆଗାମୀ ୪ ରୁ ୫ଦିନ ଯାଏଁ ପାଗ ଶୁଖିଲା ରହିବା ସହ ରାତ୍ରିକାଳୀନ ସର୍ବନିମ୍ନ ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ ଭଙ୍ଗା ଶୀତ। ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରାରେ ଥରୁଛି ଫୁଲବାଣୀ ସହର। ଗତ କିଛି ଦିନ ହେବ କନ୍ଧମାଳ ଜିଲ୍ଲାକୁ ଶୀତ ଛୁଇଁଥିବାବେଳେ ଫୁଲବାଣୀ ସହରରେ ଧୀରେ ଧୀରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ସକାଳୁ ସକାଳୁ କୁହୁଡ଼ିର ମାତ୍ରା କମ ଥିବାବେଳେ ଶୀତ ଅନୁଭୂତ ହେଉଛି।

ରିପୋର୍ଟ ମୁତାବକ ୧୫ଡିଗ୍ରୀ ତଳେ ରହିଛି ,ରାଜ୍ୟର ୧୬ଟି ସହର।ଫୁଲବାଣୀରେ ୧୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ,କୋରାପୁଟ ଓ ଦାରିଙ୍ଗବାଡ଼ିରେ ୧୧ଡିଗ୍ରୀ, ନୟାଗଡ଼ ଓ ବୌଦ୍ଧରେ୧୪.୮ଡିଗ୍ରୀ, ଅନୁଗୁଳରେ ୧୨.୬, ଝାରସୁଗୁଡ଼ାରେ୧୨ ଡିଗ୍ରୀ, ସୁନ୍ଦରଗଡ଼ରେ ୧୨.୬ଡିଗ୍ରୀ, କେନ୍ଦୁଝରରେ ୧୪.୧, ଭବାନୀପାଟଣାରେ ୧୨, ବଲାଙ୍ଗିରରେ ୧୩.୨ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ ରାୟଗଡ଼ା, ଢେ଼ଙ୍କାନାଳ,ନବରଙ୍ଗପୁର, ଓ ରାଉରକେଲାରେ ମଧ୍ୟ ତାପମାତ୍ରା ୧୫ଡିଗ୍ରୀ ତଳେ ରେକର୍ଡ ହୋଇଛି।ଆଗକୁ ଆହୁରି ୨ ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ୟ୍ୟନ୍ତ ତାପମାତ୍ରା କମିପାରେ ବୋଲି ପାଣିପାଗ କେନ୍ଦ୍ରର ଆକଳନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking